୨୦୦ କୋଟି ଟଙ୍କା ଠକେଇ ମାମଲା, ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୮ ଘଣ୍ଟାର ଜେରା

ନୂଆଦିଲ୍ଲୀ: ଜ୍ୟାକଲିନଙ୍କୁ ୮ ଘଣ୍ଟା ଧରି ଜେରା । ୨୧୫ କୋଟି ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣଣ୍ଡିଜଙ୍କୁ ମାରାଥନ ଜେରା କଲା ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା । ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ ଅର୍ଥ କାରବାର ମାମଲାରେ ଜ୍ୟାକଲିନଙ୍କୁ ଜେରା କରାଯାଇଛି । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ କ’ଣ? ତାଙ୍କଠାରୁ କ’ଣ ସବୁ ଦାମୀ ଗିଫ୍ଟ ନେଇଥିଲେ? କେତେଥର ସୁକେଶଙ୍କୁ ଭେଟିଥିଲେ ଜ୍ୟାକଲିନ ? ଫୋନରେ କେତେଥର କଥା ହୋଇଛନ୍ତି? ଏ ସବୁ ପ୍ରଶ୍ନର ଉତ୍ତର ମାଗିଥିଲା ଇଓଡବ୍ଲୁ । ସୁକେଶଙ୍କ ସହ ଜ୍ୟାକଲିନଙ୍କୁ ପରିଚୟ କରାଇଥିବା ପିଙ୍କି ଇରାନୀ ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଆଜି ଜେରା କରାଯାଇଛି ।