ଭାରତ ସୀମା ଭିତରକୁ ପଶି ଗୁଇନ୍ଦାଗିରି କରୁଛି ପାକିସ୍ତାନ !

1 min read
Quadcoptor

ନୂଆଦିଲ୍ଲୀ: ଭାରତ ସୀମା ଭିତରକୁ ପଶି ଗୁଇନ୍ଦାଗିରି କରୁଛି ପାକିସ୍ତାନ । ଏଲଓସିର କେରନ ସେକ୍ଟରରେ ପାକିସ୍ତାନର କ୍ୱାଡକପ୍ଟରକୁ ଗୁଳି ମାରି ଖସାଇଦେଇଛନ୍ତି ଭାରତୀୟ ଯବାନ । ଏହି କ୍ୱାଡକପ୍ଟରଟି ମେଡ୍‌ ଇନ ଚାଇନା ବୋଲି ଜଣାପଡିଛି । ଏଲଓସିରେ ଭାରତୀୟ ଯବାନଙ୍କ ସ୍ଥିତିକୁ ନେଇ ପାକିସ୍ତାନ ଅନୁଧ୍ୟାନ କରୁଥିଲା ବୋଲି ଆଶଙ୍କା କରାଯାଉଛି । ଏହି ଘଟଣାପରେ ଭାରତୀୟ ସେନା ହାଇଆଲର୍ଟରେ ରହିଛନ୍ତି । ଗତକିଛି ଦିନ ହେଲା ଏଲଓସିରେ ଆତଙ୍କବାଦୀଙ୍କ ଗତିବିଧି ବଢିଥିବା ବେଳେ ଭାରତୀୟ ଯବାନ ଅଧିକ ସତର୍କ ଅଛନ୍ତି ।

ଅନ୍ୟପଟେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ନିୟମ ଉଲଂଘନ କରାଯାଉଥିବା ବେଳେ ସୀମାରେ ଗୁଳିବର୍ଷା ଜାରି ରହିଛି । ପାକିସ୍ତାନକୁ ଦୃଢ଼ ଜବାବ ଦେଉଛନ୍ତି ଭାରତୀୟ ଯବାନ । ସେହିଭଳି ଜାମ୍ମୁ-କାଶ୍ମୀରରେ ବାରମ୍ବାର ଅତଙ୍କବାଦୀ ଓ ଭାରତୀୟ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଦେଖିବାକୁ ମିଳିଛି । ଏଥିରେ ଆତଙ୍କୀଙ୍କ ଜୀବନ ଯାଉଥିବା ବେଳେ ଭାରତୀୟ ଯବାନ ଗୁରୁତର ମଧ୍ୟ ହେଉଛନ୍ତି ।

Quadcoptor

ସେହିଭଳି ଚୀନ୍‌ ସହ ଭାରତର ସୀମା ବିବାଦ ଏବେ ବି ତିକ୍ତତା ପୂର୍ଣ୍ଣ ରହିଛି । ବାରମ୍ବାର କମାଣ୍ଡରସ୍ତରୀୟ ଆଲୋଚନା ପରେ ବି ଚୀନ୍‌ ନିଜ ପ୍ରକୃତିରୁ ବାଦ୍‌ ପଡ଼ୁନି । ସୀମାରେ ଚୀନ୍‌ ଅଧିକରୁ ଅଧିକ ଯବାନ ମୁତୟନ କରୁଥିବା ବେଳେ ଭାରତ ମଧ୍ୟ ସୀମାରେ ନିଜ ସ୍ଥିତି ସୁଦୃଢ଼ କରୁଛି । ସେପଟେ ଭାରତୀୟ ସେନାରେ ରାଫେଲ ଯୋଡ଼ି ହେବା ପରେ ଭାରତର ଶକ୍ତି ବଢ଼ିଯାଇଛି । ସୀମାର ବିଭିନ୍ନ ପ୍ରାନ୍ତକୁ ଭାରତ ନିଜ କବ୍‌ଜାକୁ ନେଇ ସାରିଲାଣି । ତେଣୁ ଚୀନ୍‌ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି । ଖାଲି ସେତିକି ନୁହେଁ ଚୀନ୍‌ ସେନା ଅତ୍ୟଧିକ ଥଣ୍ଡାରେ ମୁତୟନ ହୋଇ ଅସୁସ୍ଥ ହେଲେଣି ବୋଲି ମଧ୍ୟ ଖବର ରହିଛି । ଗତ କିଛି ଦିନ ପୂର୍ବେ ଚୀନ୍‌ ସେନାର ଜଣେ ଯବାନ ବାଟ ଭୂଲି ଭାରତ ସୀମା ଭିତରେ ପ୍ରବେଶ କରିଥିଲେ । ହେଲେ ଭାରତ ନିଜର ଉଦାର ପଣିଆ ଦେଖାଇ ଉକ୍ତ ଯବାନଙ୍କୁ ଚୀନ୍‌ ସେନାକୁ ହସ୍ତାନ୍ତର କରିଛି ।

Leave a Reply