ନୂଆ ଗାଇଡ୍‌ଲାଇନ୍‌, ଜାମ୍ମୁ-କାଶ୍ମୀରରେ ୧୫ରୁ ଅଧିକ ବର୍ଷ ରହିଥିଲେ ମିଳିବ ବାସସ୍ଥାନ ପ୍ରମାଣପତ୍ର

1 min read

ଶ୍ରୀନଗର: ଜାମ୍ମୁ-କାଶ୍ମୀର ସରକାର ବାସସ୍ଥାନ ପ୍ରମାଣପତ୍ର ନିୟମକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ୧୫ ବର୍ଷ ଧରି ରାଜ୍ୟରେ ରହୁଥିବା ଲୋକମାନେ ବାସସ୍ଥାନ ପ୍ରମାଣପତ୍ର ପାଇବାକୁ ଯୋଗ୍ୟ । ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ଜାମ୍ମୁ କାଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କାନସାଲ କହିଛନ୍ତି ଯେ, ଯେଉଁମାନଙ୍କର ରାଜ୍ୟ ବିଷୟ ପ୍ରମାଣପତ୍ର (State subject certificate)ରହିଛି ସେମାନେ ସ୍ୱତଃ ବାସସ୍ଥାନ ପ୍ରମାଣପତ୍ର ପାଇପାରିବେ । ଏଥି ସହିତ, ବିସ୍ଥାପିତ କାଶ୍ମୀରୀ ପଣ୍ଡିତ ଯେଉଁମାନେ ପଞ୍ଜୀକୃତ ନୁହଁନ୍ତି ସେମାନଙ୍କ ସ୍ଥାୟୀ ପ୍ରମାଣପତ୍ର ଥିଲେ ମଧ୍ୟ ସେମାନେ ବାସସ୍ଥାନ ପ୍ରମାଣପତ୍ର ପାଇବେ ।

   

ଏପ୍ରିଲ୍ ପ୍ରାରମ୍ଭରୁ ଜାମ୍ମୁ କାଶ୍ମୀର ପାଇଁ କେନ୍ଦ୍ର ସରକାର ଏକ ନୂତନ ବାସସ୍ଥାନ ନିୟମ ଲାଗୁ କରିଛନ୍ତି । ଏହି ନୂତନ ନିୟମ ଅନୁଯାୟୀ କେବଳ ଚତୁର୍ଥ ସ୍ତରର ଲୋକଙ୍କୁ ସ୍ଥାୟୀ ନିବାସୀ ଭାବେ ସଂରକ୍ଷଣ ଦିଆଯାଇଛି । ଏହା ସହ ଯେଉଁମାନେ ଗତ ୧୫ ବର୍ଷ ଧରି ଜାମ୍ମୁ କାଶ୍ମୀରରେ ରହିଆସୁଛନ୍ତି ସେମାନଙ୍କୁ ହିଁ ସ୍ଥାୟୀ ନିବାସୀ ଭାବେ ପ୍ରମାଣପତ୍ର ଦିଆଯିବ ବୋଲି ସ୍ଥିର ହୋଇଛି । ଖାଲି ସେତିକି ନୁହେଁ ରାଜ୍ୟରେ ଯଦି କେହି ସାତ ବର୍ଷ ଧରି ଅଧ୍ୟୟନ କରିସାରିଛନ୍ତି ଏବଂ ଦଶମ କିମ୍ବା ଦ୍ୱାଦଶ ପରୀକ୍ଷାରେ ଭାଗ ନେଇଛନ୍ତି ତେବେ ସେମାନଙ୍କୁ ମଧ୍ୟ ସ୍ଥାୟୀ ନିବାସୀ ଭାବେ ବିବେଚନା କରାଯିବ ।

ବାସସ୍ଥାନ ନିୟମ ସେମାନଙ୍କୁ କେନ୍ଦ୍ରଶାସିତ ଅଞ୍ଚଳରେ ଗେଜେଟେଡ୍ ଏବଂ ଅଣ-ଗେଜେଟେଡ୍ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ କରିଥାଏ । ରାଜନୈତିକ ଦଳଗୁଡିକଙ୍କ ବିରୋଧ ପରେ କେନ୍ଦ୍ର ସରକାର ମଧ୍ୟ ନିଜ ଆଦେଶର ସଂଶୋଧନ କରି ଜାମ୍ମୁ କାଶ୍ମୀରର ସମସ୍ତ ଚାକିରୀକୁ ଏହାର ଅଧିବାସୀମାନଙ୍କ ପାଇଁ ସଂରକ୍ଷିତ କରିଥିଲେ । କିନ୍ତୁ ବାସସ୍ଥାନ ଯୋଗ୍ୟତା ଭିତ୍ତିରେ କୌଣସି ପରିବର୍ତ୍ତନ ହୋଇନଥିଲା ।

ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ମାସରେ ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ ଏବଂ ଜାମ୍ମୁ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ହଟାଇବା ସହିତ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ଆଗତ କରିଥିଲେ । ଏହି ବିଲ୍ ମାଧ୍ୟମରେ ଜାମ୍ମୁ କାଶ୍ମୀର ପୂର୍ଣ୍ଣ ରାଜ୍ୟ ଦଳରେ ଏହା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାବେ ପରିବର୍ତ୍ତନ ହେଲା ।

Leave a Reply