ନବୀନ ନିବାସରେ ଆନ୍ତର୍ଜାତୀୟ ଟେବୁଲ୍ ଟେନିସ୍ ଫେଡେରେସନ୍ ଫାଉଣ୍ଡେସନର ପ୍ରତିନିଧୀ

1 min read

ଭୁବନେଶ୍ୱର: ଆନ୍ତର୍ଜାତୀୟ ଟେବୁଲ୍ ଟେନିସ୍ ଫେଡେରେସନ୍ ଏବଂ ଆନ୍ତର୍ଜାତୀୟ ଟେବୁଲ୍ ଟେନିସ୍ ଫେଡେରେସନ୍ ଫାଉଣ୍ଡେସନର ପ୍ରତିନିଧୀମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧୀ ଦଳରେ ITTF ସଭାପତି ପେଟ୍ରା ସୋର୍ଲିଙ୍ଗ, ଫାଉଣ୍ଡେସନ ନିର୍ଦ୍ଦେଶକ ଲେଣ୍ଡ୍ରୋ ଓଲଭେଚ, ପ୍ରୋଗ୍ରାମ ମ୍ୟାନେଜର, ସୌରଭ ମିଶ୍ର, ଜୁଲିଆ ଟାପେଣ୍ଡୋର୍ଫ, କାର୍ଯ୍ୟକ୍ରମ ସଂଯୋଜକ, ITTF ଫାଉଣ୍ଡେସନ ଉପସ୍ଥିତ ଥିଲେ । ଏହି ପ୍ରତିନିଧି ଦଳକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ତଥା ଦେଶରେ ଟେବୁଲ ଟେନିସକୁ ପ୍ରୋତ୍ସାହିତ କରିବା ପାଇଁ ITTF ର ପ୍ରୟାସକୁ ପ୍ରଶଂସା କରିଛନ୍ତି  ।

ସମସ୍ତ ସହଯୋଗ ପାଇଁ ଆଶ୍ବସନା ଦେଇଛନ୍ତି । ଏହି ପ୍ରତିନିଧୀ ଦଳ ଓଡିଶାରେ ଟେବୁଲ୍ ଟେନିସ ପ୍ରତି ରାଜ୍ୟ ସରକାରଙ୍କ ସମର୍ଥନ କାମନା କରିଛନ୍ତି । ଆଗକୁ ସେମାନେ ପ୍ରତିଯୋଗିତାମୂଳକ ଇଭେଣ୍ଟ ଆୟୋଜନ କରିବେ । ଏଥିସହ ଟେବୁଲ୍ ଟେନିସରେ କୋଚ୍ ଶିକ୍ଷା ପ୍ରଦାନ କରିବେ । ଭୁବନେଶ୍ୱର ଏବଂ କଟକ ଠାରେ ଟେବୁଲ୍ ଟେନିସ୍ ଏକାଡେମୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ଇନଡୋର ହଲରେ ଟେବୁଲ୍ ଟେନିସ୍ ତାଲିମ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ । କୋଚ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ଓଡିଶାରେ ଆନ୍ତର୍ଜାତୀୟ ଟିଟି ଇଭେଣ୍ଟ ଆୟୋଜନ କରିବାରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସାହାଯ୍ୟ ଲୋଡିଥିଲେ ।