ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ

ଛତିଶଗଡ଼:  ଛତିଶଗଡ଼ର ନାରାୟଣପୁରରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଅଧିକରୀ ସହିଦ ହେବା ସହ ଜଣେ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ରାୟପୁର ଏୟାରଲିଫ୍ଟ କରାଯାଇଛି । ନାରାୟଣପୁରର ଏସପି ସଦାନନ୍ଦ କୁମାର କହିଛନ୍ତି ଯେ, ମାଓବାଦୀମାନେ ଯବାନଙ୍କ ରାସ୍ତାରେ ଆଇଇଡ଼ି ଲଗାଇଥିଲେ ।

ସୂଚନା ଅନୁସାରେ,  ସୋମବାର ଦିନ ଆଇଟିବିପିର ଏକ ବାଟାଲିଅନ ପେଟ୍ରୋଲିଂ ପାଇଁ ବାହାରିଥିଲା । ସୋନପୁର ଥାନା ଅଞ୍ଚଳରେ ମାଓବାଦି ଆଇଇଡ଼ି ଲଗାଇଥିବା ବେଳେ ଯବାନମାନେ ଏହି ବିସ୍ଫୋରଣର ଶୀକାର ହୋଇଥିଲେ । ଏଥିରେ ଏଏସଆଇ ରାଜେନ୍ଦ୍ର ସିଂ ସହିଦ ହୋଇଛନ୍ତି । ସେହିପରି ବିସ୍ଫୋରଣରେ ମୁଖ୍ୟ କନଷ୍ଟେବଳ ମହେଶ ଆହତ ହୋଇଥିବା କହିଛନ୍ତି ନାରାୟଣପୁରର ଏସପି ସଦାନନ୍ଦ କୁମାର ।

ତେବେ ଏହାପୂର୍ବରୁ ୧୩ମାର୍ଚ୍ଚରେ ଛତିଶଗଡ଼ରେ ମାଓ ପ୍ରଭାବିତ ଅଞ୍ଚଳ ସୁକମା ଜିଲ୍ଲାରେ ପୋଲିସ ଓ ମାଓବାଦି ସାମ୍ନାସାମ୍ନି ହୋଇଥିଲେ ଏଥିରେ ୨ ଯବାନ ଆହତ ହୋଇଥିଲେ ।