ସାଂସଦ ବୟଫ୍ରେଣ୍ଡଙ୍କ ଅଜବ ହରକତ୍, ଗୃହ ଚାଲିଥିବା ବେଳେ ମହିଳାଙ୍କୁ କହିଲେ…

ସଂସଦ ଚାଲିଥିବା ବେଳେ ଅନେକ ଅଜବ ଘଟଣା ଘଟିଥାଏ । କିଏ ନିଜ ମୋବାଇଲ ଧରି ବ୍ୟସ୍ତ ଥାଏ ତ ଆଉ କେହି ନିଦରେ ଘୁମେଇବା ଦୃଶ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ଏହାଠୁ ବି ଦି ପାଦ ଆଗରେ ଅଛନ୍ତି ବିଦେଶର ପାର୍ଲାମେଣ୍ଟ ହାଉସ । କେବଳ ଭାରତରେ ନୁହେଁ  ବିଦେଶରେ ମଧ୍ୟ ସଂସଦ ଚାଲିଥିବା ସମୟରେ ମଜାଳିଆ ଘଟଣା ଘଟିଥାଏ । ଇଟଲୀରେ ସଂସଦ ଚାଲିଥିବା ବେଳେ ଅର୍ଥମନ୍ତ୍ରୀ ଭୂକମ୍ପ ଉପରେ ଭାଷଣ ଦେଉଥିଲେ, କିନ୍ତୁ ମଝିରେ ସେ ଏମିତି କିଛି କହିଲେ ଯାହାକୁ ଶୁଣି ସଂସଦରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଲେ ।

ଡେଲି ମେଲ୍ ର ରିପୋର୍ଟ ଅନୁଯାୟୀ, ଇଟଲୀର ଏହି ଏମପି ପାର୍ଲାମେଣ୍ଟରେ ଚାଲୁଥିବା ଡିବେଟ ମଝିରେ ଗାର୍ଲଫ୍ରେଣ୍ଡକୁ ବାହାଘର ପାଇଁ ପ୍ରପୋଜ କରିଥିଲେ ।  କେବଳ ଯେ କହିକି ପ୍ରପୋଜ କେ ତା ନୁହେଁ, ସେ ସଂସଦକୁ ଏକ ମୁଦି ନେଇ ଯାଇଥିଲେ , ଯାହାକୁ ଦେଖାଇ ସେ କହିଲେ  ‘ ଏଲିସା, ୱିଲ ୟୁ ମ୍ୟାରି ମି’?’

 ଇଟଲୀର ଏହି ୩୩ ବର୍ଷିୟ ଏମପିଙ୍କ ନାଆ ହେଇଛି ଫ୍ଲାଭିଓ ଦି ମୁରୋ, ଯିଏ ସଂସଦରେ ୨୦୧୬ରେ ଇଟଲୀର କିଛି କ୍ଷେତ୍ରରେ ହୋଇଥିବା ଭୂକମ୍ପର କ୍ଷୟକ୍ଷତି ବିଷୟରେ ଆଲୋଚନା କରୁଥିଲେ । ସେ ନିଜ ଭାଷଣରେ କହିଥିଲେ ଯେ, ଏହି ସଂସଦରେ ଉପସ୍ଥିତ ସମସ୍ତ ସଦସ୍ୟ କୌଣସି ନା କୌଣସି ରାଷ୍ଟ୍ରୀୟ ଆପତ୍ତ ସ୍ଥିତିରେ ବ୍ୟସ୍ତ ରହିଥାନ୍ତି । କିନ୍ତୁ ଆମେ ଏହି କାମ ବ୍ୟସ୍ତତାରେ ସେହି ଲୋକଙ୍କ ବିଷୟରେ ଭୁଲି ଯାଆନ୍ତି ଯିଏ ଆମ ଜୀବନର ଅତି ନିକଟତର । ତାଙ୍କ ପ୍ରେମର ଅନାଦର କରିଥାଉ । କିନ୍ତୁ ଆଦିର ଦିନଟି ମୋ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ  । ’

ଏହାର ଠିକ ପରେ ଫ୍ଲୋଭିଓ ଟେବୁଲ ତଳି ଏକ ମୁଦି ବାହାର କରି ନିଜ ଗାର୍ଲଫ୍ରେଣ୍ଡକୁ କହିଲେ, ‘ ଏଲିସା ୱିଲ ୟୁ ମ୍ୟାରି ମି’  । ଏହା ଶୁଣି ସଂସଦରେ ଥିବା ସମସ୍ତେ ହସିବାକୁ ଲାଗୁଲେ । ଉପସ୍ଥିତ ଲୋକେ ତାଳି ମାରିବା ସହ ତାଙ୍କୁ ଆଲିଙ୍କନ କରିଥିଲେ ।

ପରେ ଏହି ଭିଡିଓଟି ଦେଖି ସାରିବା ପରେ ଫ୍ଲୋଭିଓଙ୍କ ଗାଲଫ୍ରେଣ୍ଡ ଏହି ପ୍ରପୋଜାଲରେ ରାଜି ହୋଇଛନ୍ତି ।

 

Leave a Reply