କଳକୀଙ୍କ ନାଁରେ କଳଙ୍କ: ଆଧ୍ୟାତ୍ମିକ ଗୁରୁଙ୍କ ସଂପତ୍ତି ୫୦୦ କୋଟିରୁ ଅଧିକ, ସୁନା ମିଳିଲା…
1 min readଆଧ୍ୟାତ୍ମିକ ଗୁରୁ କଳକୀ ଭଗବାନଙ୍କ ଫାର୍ମ ଓ ବିଭିନ୍ନ ଟ୍ରଷ୍ଟ ଉପରେ ଚଢ଼ାଉ କରିଛି ଆୟକର ବିଭାଗ। ଚେନ୍ନାଇରେ ୪୦ରୁ ଅଧିକ ସ୍ଥାନରେ ଚଢ଼ାଉ ପରେ ୫୦୦ କୋଟିରୁ ଅଧିକ ଟଙ୍କାର ବେଆଇନ୍ ସଂପତ୍ତି ନେଇ ଆୟକର ବିଭାଗ ସୂଚନା ପାଇଛି। ୪୦୯ କୋଟି ଟଙ୍କାର କ୍ୟାସ୍ ରିସିପ୍ଟ ଆୟକର ଅଧିକାରୀ ଜବତ୍ କରିଛନ୍ତି।୪୩ କୋଟି ୯୦ ଲକ୍ଷ ଟଙ୍କା ଓ ଆମେରିକୀୟ ମୁଦ୍ରାରେ ୧୮ କୋଟି ଭାରତୀୟ ଟଙ୍କା ଜବତ କରିଛି ଆୟକର ବିଭାଗ। ଏଥିରେ ସୁନା ଓ ହୀରା ମଧ୍ୟ ସାମିଲ ଅଛି। ଅର୍ଥ ଆତ୍ମସାତ୍ ଓ ଟ୍ୟାକ୍ସ ଫାଙ୍କିବା ନେଇ ଏକ ବଡ଼ ଗ୍ରୁପ୍ କାମ କରୁଥିବା ସୂଚନା ମିଳିଛି। ବେଆଇନ୍ ଉପାୟରେ ବିଦେଶରୁ ଟଙ୍କା ଆସୁଥିବା ଆୟକର ଅଧିକାରୀ ଜାଣିବାକୁ ପାଇଛନ୍ତି।
ଆଧ୍ୟାତ୍ମିକ ଗୁରୁଙ୍କ ଦ୍ୱାରା ପରିଚାଳିତ ଏକ ଗ୍ରୁପ୍ ଓ ତାଙ୍କ ପୁଅ ବିଭିନ୍ନ ବ୍ୟବସାୟରେ ଲିପ୍ତ ଥିବା ଇଡି ଜାଣିବାକୁ ପାଇଛି। ଏ ମଧ୍ୟରେ ରହିଛି ରିଏଲ୍ ଇଷେ୍ଟଟ୍, କ୍ରୀଡା ବ୍ୟବସାୟ ଓ କନଷ୍ଟ୍ରକସନ କାମ। ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଏ ସବୁ ଜୋରଦାର କରାଯାଉଛି।
୮୮ କିଲୋଗ୍ରାମ ସୁନା ଯାହାର ମୂଲ୍ୟ ୨୬ କୋଟି ହେବ ଏବଂ ୫ କୋଟି ଟଙ୍କାର ହୀରା ଅଳଙ୍କାର ମଧ୍ୟ ଜବଦ୍ କରାଯାଇଛି। ଭାରତ ବାହାରେ ମଧ୍ୟ ଚୀନ୍, ସିଙ୍ଗାପୁର, ଆମେରିକା, ୟୁଏଇ ପ୍ରଭୃତି ଦେଶରେ ବାବାଙ୍କର ବ୍ୟବସାୟ ରହିଛି। ଏ ମାମଲାରେ କଳକୀ ଭଗବାନଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରଖିଛି ଆୟକର ବିଭାଗ। ଖୁବଶୀଘ୍ର ଏ ଦିଗରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ')}