ନନ୍ଦିଘୋଷ ବ୍ୟୁରୋ: 420 ବଣ୍ଟି ବବଲିଙ୍କ ଘରେ ଆୟକର ରେଡ। ୧୨ ଟି ସ୍ଥାନରେ ଏକକାଳୀନ ଆଇଟି ରେଡ୍ ହୋଇଛି। ଘର, ଅଫିସ ସମେତ ଆକାଉଣ୍ଟ କାରବାରର ଖୋଳତାଡ଼ ଚାଲିଛି। ନଗଦ ଦାମୀ ଗାଡ଼ି କିଣିଥିବା ହଁସିକାଙ୍କ ଆକାଉଣ୍ଟରୁ ମିଳିଛି ପ୍ରମାଣ। ଜନ୍ମଦିନରେ ବିନା ଲୋନରେ ପୋର୍ଷେ କାର କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ଏହି ଦୁଇ ଅଭିଯୁକ୍ତ ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସା।
କଳାହାଣ୍ଡିରୁ ଆସିଥିବା ଯୁବତୀ ଜଣଙ୍କ କିଭଳି କୋଟି କୋଟି ଟଙ୍କାର ମାଲିକାଣି ହେଲେ। ଅନିଲଙ୍କୁ କୋଟିପତି କିପରି ବନାଇଲେ ସେ ନେଇ ଚାଲିଛି ଖୋଳତାଡ଼। ଗତମାସ ୨୬ ତାରିଖରେ ଦୁହିଁଙ୍କ ବିରୋଧରେ ଇନଫୋସିଟି ଥାନାରେ ମାମଲା ହୋଇଥିଲା। ପ୍ରଭାବଶାଳୀ ଲୋକଙ୍କ ସହ ଅନ୍ୟ ଫଟୋକୁ ନେଇ ଏଡିଟ କରି ବ୍ଲାକମେଲ କରୁଥିଲେ। ଏ ସମସ୍ତ ଘଟଣାର ତଦନ୍ତ କରୁଛି ସ୍ପେଶାଲ କ୍ରାଇମ ୟୁନିଟ।

