spot_img

Latest Posts

ମୋ ପିଲାଙ୍କ ଇନଷ୍ଟାଗ୍ରାମ ହ୍ୟାକ କରାଯାଇଛି: ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ୟୁପି ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇସାରିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଉଭୟ ସରକାର ଓ ବିରୋଧୀ ଉଭୟଙ୍କ ବିପକ୍ଷରେ ଅଭିଯୋଗ କରୁଛନ୍ତି । ଏହି କ୍ରମରେ ପ୍ରିୟଙ୍କା ଗାନ୍ଧୀ ପୁଣି ଥରେ ବିଜେପି ସରକାରଙ୍କ ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସାଂଘାତିକ ଅଭିଯୋଗ କରିଛନ୍ତି ।

ଲକ୍ଷ୍ନୌରେ ଯେତେବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଫୋନ୍ ଟ୍ୟାପିଂ, ଇଡି ଏବଂ ଆୟକର ବିଭାଗ ଚଢ଼ାଉ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ମୋ ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହେଉଛି। ଫୋନ୍ ଟ୍ୟାପିଂ କରିବା କଥା ତ ଦୂରର କଥା । ଏହି ଲୋକମାନଙ୍କର ଆଉ କିଛି କାମ ନାହିଁ କି ବୋଲି ପ୍ରଶ୍ନ କରିଥିଲେ ପ୍ରିୟଙ୍କା? ଏହା ପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଫୋନ୍ ଟ୍ୟାପିଂ କରିବା ଅଭିଯୋଗ ଆଣିଥିଲେ।

ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କ ଏପରି ଅଭିଯୋଗ ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଇଟି ମନ୍ତ୍ରଣାଳୟ । ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ ଏହାର ତଦନ୍ତ କରିବ ବୋଲି ଆଇଟି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।

 

Latest Posts

Don't Miss