spot_img

Latest Posts

ଆଜି ଆଧାର ସହ ଲିଙ୍କ ନ କଲେ ଅଚଳ ହୋଇଯିବ ପାନ୍ କାର୍ଡ

ନନ୍ଦିଘୋଷ ବ୍ୟୁରୋ: ଆଧାର ଓ ପାନ୍ ଲିଙ୍କ ଅବଧିର ଆଜି ଶେଷ ଦିନ। ଏନେଇ ରିମାଇଣ୍ଡର ଜାରି କରିଛି ଆୟକର ବିଭାଗ। ଯଦି ଏହି ଲିଙ୍କ ନିର୍ଦ୍ଦିଷ୍ଟ ତାରିଖ ମଧ୍ଯରେ କରା ନଯାଏ ତେବେ ଆୟକର ଆଇନର ଧାରା ୨୦୬ଏଏ ଓ ଧାରା ୨୦୬ ସିସି ଅନୁସାରେ ଦୁଇଗୁଣ ଟାକ୍ସ ଡିଡକ୍ସନ ଆଟ ସୋର୍ସ ବା ଟିଡିଏସ ଲାଗୁ ହେବ ବୋଲି ଆୟକର ବିଭାଗ କହିଛି।

ପୂର୍ବରୁ ଗତ ଏପ୍ରିଲ ୨୩ ତାରିଖରେ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ପରିଷଦ ବା ସିବିଡିଟି ପକ୍ଷରୁ ତୁରନ୍ତ ପାନ ଓ ଆଧାର ଲିଙ୍କ ଲାଗି ସର୍କୁଲାର ଜାରି କରାଯାଇଥିଲା। ଆଧାର ସହ ପାନ କାର୍ଡର ଲିଙ୍କକୁ ବାଧ୍ଯତାମୂଳକ କରିଛି ଆୟକର ବିଭାଗ। ଏପରିକି ଏହି ଲିଙ୍କ ନ କଲେ ପାନ୍ କାର୍ଡ ଅଚଳ ହୋଇଯିବ ବୋଲି ସତର୍କ କରାଯାଇଛି। ତେବେ ଯେଉଁମାନେ ଆୟକରରୁ ଛାଡ ପାଇଛନ୍ତି ସେମାନଙ୍କ ଲାଗି କୌଣସି ସମସ୍ଯା ନାହିଁ ବୋଲି କହିଛି ଆୟକର ବିଭାଗ।

Latest Posts

Don't Miss