ଆରମ୍ଭ ହେଲା ଅବଗଣନା, ଅନ୍ତରୀକ୍ଷରେ ଅବସ୍ଥାପିତ ହେବ ଭାରତର ଅମୋଘ ଅସ୍ତ୍ର

1 min read

ଶ୍ରୀହରିକୋଟା: ପୁଣି ଇତିହାସ ରଚିବ ଇସ୍ରୋ । ପ୍ରତିରକ୍ଷା କ୍ଷେତ୍ରରେ ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଆଜି ସକାଳ ୯ଟା ୨୮ ମିନିଟ୍‌ରେ ଆନ୍ଧ୍ରର ଶ୍ରୀହରିକୋଟାରୁ କାର୍ଟୋସାଟ୍‌-୩  ସାଟେଲାଇଟ୍‌ ଉତକ୍ଷେପଣ କରାଯିବ । ଏହାସହ ପିଏସ୍‌ଏଲ୍‌ଭି ରକେଟ ସହାୟତାରେ ଆମେରିକାରରେ ୧୩ଟି ନାନୋ ସାଟେଲାଇଟ୍‌ ଉତକ୍ଷେପଣ କରାଯିବ । ମାତ୍ର ୨୭ ମିନିଟରେ ଅନ୍ତରୀକ୍ଷରେ ପହଞ୍ଚିବ ୧୪ଟି ସାଟେଲାଇଟ୍‌ ।

ଶକ୍ତିଶାଳୀ କ୍ୟାମେରା ଓ ଉନ୍ନତ ଟେକ୍ନୋଲୋଜିରେ ନିର୍ମାଣ ହୋଇଥିବା କାର୍ଟୋସାଟ୍‌ ସେନା ପାଇଁ ଉପଯୋଗୀ ହୋଇଥିବା ବେଳେ, ଶତ୍ରୁଙ୍କ ଉପରେ ତୀକ୍ଷଣ ନଜର ରଖିବ । ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ର।ଇକ୍‌ ବେଳେ କାର୍ଟୋସାଟ୍‌ ଉପଗ୍ରହର ସହାୟତା ନିଆଯାଇଥିଲା । କାର୍ଟୋସାଟ୍-୩ ସାଟେଲାଇଟ୍ ହାଇ ରେଜୁଲେସନ ଫଟୋ ଉଠାଇବାର କ୍ଷମତା ରଖିଛି ।

Leave a Reply