ଇତିହାସ ରଚିଲା ଇସ୍ରୋ, ମହାକାଶକୁ ଏକସଙ୍ଗେ ପଠାଗଲା ୩୬ଟି ଓ୍ବାନ-ୱେବ ସାଟେଲାଇଟ୍

1 min read

ନୂଆଦିଲ୍ଲୀ: ଇତିହାସ ରଚିଲା ଇସ୍ରୋ । ଅନ୍ତରୀକ୍ଷରେ ପୁଣି ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର । ୩୬ଟି ୱାନ୍-ୱେବ୍ ସାଟେଲାଇଟ୍ ସହ LVM-3 ରକେଟ୍‌ ଉତକ୍ଷେପଣ ହୋଇଛି । ଭାରତର ସବୁଠାରୁ ଭାରି ରକେଟ ଲଞ୍ଚ୍ ଭେଇକଲ୍ ମାର୍କ-3କୁ ଲୋ ଅର୍ଥ ଅର୍ବିଟରେ ପ୍ରେରଣ କରାଯାଇଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଏହି ରକେଟ୍ ଉତକ୍ଷେପଣ ହୋଇଛି ।

୩୬ଟି ସାଟେଲାଇଟ୍ ଅଲଗା ଅଲଗା ପର୍ଯ୍ୟାୟରେ ପୃଥକ ହୋଇଛନ୍ତି । ରକେଟର ଲମ୍ବ ୪୩.୫ ମିଟର ଓ ୬୪୩ ଟନ ଓଜନ । ଫେବ୍ରୁଆରୀରେ SSLV-D2/EOS07 ମିଶନ ସଫଳ ହୋଇଥିଲା । ଚଳିତ ବର୍ଷର ଏହା ଦ୍ବିତୀୟ ଉତକ୍ଷେପଣ । ଏହି ମିଶନର କୋଡ୍ ନାଁ ରଖାଯାଇଛି LVM3-M3 ବା ୱାନ-ୱେବ୍ ଇଣ୍ଡିଆ-୨ ମିଶନ ।