ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ୧୯ଟି ଉପଗ୍ରହ ଉତକ୍ଷେପଣ

1 min read

ଆନ୍ଧ୍ରପ୍ରଦେଶ: ସଫଳ ହେଲା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ)ର ଏବର୍ଷର ପ୍ରଥମ ମିଶନ । ଉତ୍‌କ୍ଷେପଣ ହେବାର ନିର୍ଦ୍ଧାରିତ ସମୟ ପରେ ମହାକାଶ କକ୍ଷପଥରେ ଅବତରଣ କଲା ବ୍ରାଜିଲ ସାଟେଲାଇଟ୍ ଆମେଜୋନିଆ-1 । ଆଜି  ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ PSLV-C51, ଆମାଜୋନିଆ -1 ମିଶନରେ ୧୯ଟି ଉପଗ୍ରହ ମହାକାଶକୁ ପଠାଇଛି ଇସ୍ରୋ । ଏହି ରକେଟ୍‌ରେ ବ୍ରାଜିଲର ୬୩୭ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଆମାଜୋନିଆ-1 ସହ ୧୮ଟି ଅନ୍ୟ ଉପଗ୍ରହ ଉତ୍‌କ୍ଷେପଣ କରାଯାଇଛି ।

ଆମାଜୋନିଆ-1 ହେଉଛି ବ୍ରାଜିଲର ପ୍ରଥମ ସାଟେଲାଇଟ୍‌, ଯାହାକୁ ଭାରତ ଉତ୍‌କ୍ଷେପଣ କରିଛି ।  ଚେନ୍ନାଇଠାରୁ ପ୍ରାୟ  ଶହେ କିଲୋମିଟର ଦୂରରେ ଥିବା ସତୀଶଧାଓ୍ବନ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ମହାକାଶକୁ ପଠାଇଛି ଇସ୍ରୋ । ୧୮ଟି ଉପଗ୍ରହ ମଧ୍ୟରେ ସ୍ପେସ୍ କିଡଜ୍ ଇଣ୍ଡିଆର ଏସଡି ସାଟ୍ ସହ କୋଏମ୍ବାଟୁରର ଶ୍ରୀଶକ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ଶ୍ରୀପେରୁମ୍ବୁଦୁରର ଜେପିଆର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ନାଗପୁରର ଜିଏଚ୍ ରାଇସୋନି କଲେଜ ଅଫ୍ ଇଞ୍ଜିନିୟରିଂ ଆଦି ୩ଟି କଲେଜ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ୟୁନିସାଟର ମଧ୍ୟ ଉତକ୍ଷେପଣ କରାଯାଇଛି ।

ଅନ୍ୟ ଉପଗ୍ରହ ମଧ୍ୟରେ ଭାରତର ସିନ୍ଧୁନେତ୍ର, ଆମେରିକାର ସାଇ-୧, ନାନୋକନେକ୍ଟ-୨ ଓ ୧୨ଟି ଅନ୍ୟ ଉପଗ୍ରହ ରହିଛି । ଏ ସମ୍ପର୍କରେ ଇସ୍ରୋ ମୁଖ୍ୟ କେ. ଶିବନ୍ କହିଛନ୍ତି, ବ୍ରାଜିଲ ଦ୍ବାରା ଡିଜାଇନ୍ କରାଯାଇଥିବା ଏହି ଉପଗ୍ରହ ଅନ୍ତରୀକ୍ଷକୁ ପଠାଇବା ପରେ ଭାରତ ଓ ଇସ୍ରୋ ଖୁବ୍‌ ଗର୍ବିତ । ଉପଗ୍ରହଗୁଡ଼ିକ ଖୁବ୍‌ ଉନ୍ନତମାନର ରହିଥିବା ବଳେ ଏ ନେଇ ବ୍ରାଜିଲ ଟିମ୍‌କୁ ମଧ୍ୟ ଇସ୍ରୋ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି କେ. ଶିବନ୍ ।

Leave a Reply