spot_img

Latest Posts

ପୁଣି ଇତିହାସ ରଚିଲା ଇସ୍ରୋ; ‘ପୁଷ୍ପକ’ ବିମାନର ହେଲା ସଫଳ ପରୀକ୍ଷଣ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ବଡ଼ ସଫଳତା । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛି ଇସ୍ରୋ । ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ ରକେଟ, ଯାହାକୁ ‘ସ୍ବଦେଶୀ ସ୍ପେସ ସଟଲ’ ମଧ୍ୟ କୁହାଯାଏ। ପୁନଃ ବ୍ୟବହାର ଯୋଗ୍ୟ ରକେଟ ବିଭାଗରେ ସଫଳତା ହାସଲ କରିବା ପାଇଁ ଭାରତ ଏହା ଏକ ବଡ ପଦକ୍ଷେପ।

ଇସ୍ରୋ କହିଛି, ଆରଏଲଭି LEX-02 ଅବତରଣ ପରୀକ୍ଷଣ ମାଧ୍ୟମରେ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ (ଆରଏଲଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରାଯାଇଛି। ଏହି ଟେଷ୍ଟ କର୍ନାଟକର ଚିତ୍ରଦୁର୍ଗସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ରେ ସକାଳ ୭.୧୦ରେ କରାଯାଇଥିଲା। ୱିଙ୍ଗେଡ ପୁଷ୍ପକ (ଆରଏଲଭି-ଟିଡି) ଲଞ୍ଚ ହେବା ପରେ ସଠିକତା ସହିତ ରନୱେରେ ସଫଳତାର ସହ ଅବତରଣ କଲା।

Latest Posts

Don't Miss