ଇତିହାସ ରଚିଲା ଇସ୍ରୋ: ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ନେଇ ମହାକାଶ ଗଲା PSLV-C49

2 min read

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଲା ଇସ୍ରୋ । ଆଜି ସଫଳତାର ସହ ଅନ୍ତରୀକ୍ଷକୁ ଯାତ୍ରା କରିଛି ପୃଥିବୀ ପର୍ଯ୍ୟବେକ୍ଷଣ ରକେଟ PSLV-C49 । ଏମର୍ଜିଂ ଉପଗ୍ରହ ସେଟେଲାଇଟ୍ ଓ ଅନ୍ୟ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ସଫଳତାର ସହ ଲଞ୍ଚ କରାଯାଇଛି । ଆଜି ଠିକ୍ ୩ଟା ୨ରେ ଏହି ଉପଗ୍ରହ ମାନଙ୍କୁ ସଫଳତାର ସହ ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି । ରାଡାର ଏମର୍ଜିଂ ଉପଗ୍ରହ ସହ ଯାଉଥିବା ୯ ବିଦେଶୀ ଉପଗ୍ରହ ମଧ୍ୟରେ ଅଛି, ଗୋଟିଏ ଉଦ୍ୟୋଗୀକ ଡେମନଷ୍ଟ୍ରେଟର ଲିଥୁଆନିଆ, ୪ଟି ମେଟିଟାଇମ ଆପ୍ଲିକେସନ ସାଟେଲାଇଟ୍ ଲକ୍ସମବର୍ଗ ରହିଛି । ଏହାଦ୍ୱାର ଏଣିକି ରାତିରେ ବି ଦେଖାଯିବ ପୃଥିବୀର ସ୍ପଷ୍ଟ ଚିତ୍ର ।

ମେଘର ଅନ୍ଧକାର ଭିତରେ ବି ପୃଥିବୀର ଫଟୋ ଉତ୍ତୋଳନ କରିବା ହେବ ସମ୍ଭବ । ଏହାଦ୍ୱାରା ଶତ୍ରୁ ଦେଶର ଗତିବିଧି ଉପରେ ରହିବ ତୀକ୍ଷ୍ନ ନଜର । ଇସ୍ରୋର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଉପଗ୍ରର ଲଞ୍ଚ କ୍ଷେତ୍ରରେ ଇସ୍ରୋ ପାଇଁ ଚଳିତ ବର୍ଷର ଏହା ପ୍ରଥମ ଉତକ୍ଷେପଣ । ଭାରତ ପ୍ରଥମଥର ୧୯୯୯ ରେ ବିଦେଶୀ ସାଟେଲାଇଟ୍ ଅନ୍ତରୀକ୍ଷକୁ ପଠାଇଥିଲା । ଏହାରି ଭିତରେ ଇସ୍ରୋ ବର୍ତ୍ତମାନ ସୁଦ୍ଧା ୩୨୮ଟି ଉପଗ୍ରହକୁ ସଫଳତା ପୂର୍ବକ ଲଞ୍ଚ କରି ସାରିଛି ।

PSLV-CA9 ରକେଟ ହେବ ଭାରତର ଏକ ବଡ଼ ଅସ୍ତ୍ର

-ରକେଟର ପ୍ରାଥମିକ ପେଲୋଡ ଭାରତର ରାଡାର ଇମେଜିଙ୍ଗ ଉପଗ୍ରହ EOS-୦୧ ଅଟେ । ଏହା RISAT-2BRT2 ଉପଗ୍ରହ ଅଟେ ଯାହାର ନାମ ବଦଳାଯାଇ EOS 01 ରଖାଯାଇଛି ।

-EOS-01 ଆଡଭାନ୍ସ ଅର୍ଥ ଅବଜରବେସନ ଉପଗ୍ରହ ଅଟେ ଯାହାର ସିନ୍ଥେଟିକ ଆପର୍ଚର ରଡାର ଦିନ ରାତିକୁ ଖାତିର ନକରି ବାଦଲ ଭିତରେ ଥାଇ ମଧ୍ୟ ହାଇ ରେସ୍ୟୁଲେସନର ଫଟୋ ନେବାରେ ସକ୍ଷମ ହେବ ।

-ବୈଜ୍ଞାନିକଙ୍କ ମତରେ ଭାରତର ନୂଆ ଆଖି ଅନ୍ତରୀକ୍ଷରୁ ସେନାର ତଦାରଖ କ୍ଷମତାକୁ ଆହୁରି ସୁଦୃଢ଼ କରିବ । ଏହାର ସହ LAC ଷ୍ଟାଣ୍ଡ ଅଫ ମଧ୍ୟରେ ଚୀନ ଉପରେ ତୀକ୍ଷ୍ନ ନଜର ରଖିବା ପାଇଁ ଏହା ସାହାଯ୍ୟ କରିବ ।

– ଏହି ରକେଟର ବ୍ୟବହାର କୃଷି, ଜରଙ୍ଗ, ମୃତ୍ତିକାର ଆର୍ଦ୍ରତା, ଭୂବିଜ୍ଞାନ, ତଟ୍ଟ ଦେଶରେ ତଦାରଖ ଏବଂ ବନ୍ୟା ପରିସ୍ଥିତି ଉପରେ ମଧ୍ୟ ନଜର ରଖିବ ।

-PSLV C49 ଲଞ୍ଚ ହେବାର ଏହାର ଠିକ ପରେ ISRO PSLV C50ର ମାଧ୍ୟମରେ ନିଜର ବହୁ ପ୍ରତିକ୍ଷିତ GSAT-12R ଉପଗ୍ରହକୁ ଲଞ୍ଚ କରିବ ଏବଂ ଏହାପରେ GISAT-1 ସାଟେଲାଇଟକୁ  GSLV ରକେଟ ଜରିଆରେ ପ୍ରକ୍ଷେପିତ କରାଯିବ ।

Leave a Reply