ଇତିହାସ ରଚିଲା ଇସ୍ରୋ: ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ନେଇ ମହାକାଶ ଗଲା PSLV-C49
2 min readନୂଆଦିଲ୍ଲୀ: ପୁଣି ଇତିହାସ ରଚିଲା ଇସ୍ରୋ । ଆଜି ସଫଳତାର ସହ ଅନ୍ତରୀକ୍ଷକୁ ଯାତ୍ରା କରିଛି ପୃଥିବୀ ପର୍ଯ୍ୟବେକ୍ଷଣ ରକେଟ PSLV-C49 । ଏମର୍ଜିଂ ଉପଗ୍ରହ ସେଟେଲାଇଟ୍ ଓ ଅନ୍ୟ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ସଫଳତାର ସହ ଲଞ୍ଚ କରାଯାଇଛି । ଆଜି ଠିକ୍ ୩ଟା ୨ରେ ଏହି ଉପଗ୍ରହ ମାନଙ୍କୁ ସଫଳତାର ସହ ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି । ରାଡାର ଏମର୍ଜିଂ ଉପଗ୍ରହ ସହ ଯାଉଥିବା ୯ ବିଦେଶୀ ଉପଗ୍ରହ ମଧ୍ୟରେ ଅଛି, ଗୋଟିଏ ଉଦ୍ୟୋଗୀକ ଡେମନଷ୍ଟ୍ରେଟର ଲିଥୁଆନିଆ, ୪ଟି ମେଟିଟାଇମ ଆପ୍ଲିକେସନ ସାଟେଲାଇଟ୍ ଲକ୍ସମବର୍ଗ ରହିଛି । ଏହାଦ୍ୱାର ଏଣିକି ରାତିରେ ବି ଦେଖାଯିବ ପୃଥିବୀର ସ୍ପଷ୍ଟ ଚିତ୍ର ।
https://www.youtube.com/watch?v=HM2XR9KrwBA
ମେଘର ଅନ୍ଧକାର ଭିତରେ ବି ପୃଥିବୀର ଫଟୋ ଉତ୍ତୋଳନ କରିବା ହେବ ସମ୍ଭବ । ଏହାଦ୍ୱାରା ଶତ୍ରୁ ଦେଶର ଗତିବିଧି ଉପରେ ରହିବ ତୀକ୍ଷ୍ନ ନଜର । ଇସ୍ରୋର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଉପଗ୍ରର ଲଞ୍ଚ କ୍ଷେତ୍ରରେ ଇସ୍ରୋ ପାଇଁ ଚଳିତ ବର୍ଷର ଏହା ପ୍ରଥମ ଉତକ୍ଷେପଣ । ଭାରତ ପ୍ରଥମଥର ୧୯୯୯ ରେ ବିଦେଶୀ ସାଟେଲାଇଟ୍ ଅନ୍ତରୀକ୍ଷକୁ ପଠାଇଥିଲା । ଏହାରି ଭିତରେ ଇସ୍ରୋ ବର୍ତ୍ତମାନ ସୁଦ୍ଧା ୩୨୮ଟି ଉପଗ୍ରହକୁ ସଫଳତା ପୂର୍ବକ ଲଞ୍ଚ କରି ସାରିଛି ।
This mission is very special and unusual for ISRO. The space activity cannot be done from 'work from home'. Each engineer has to be present at the lab. When talking about missions like these, each technician, employee has to work together: ISRO Chief K Sivan
(file pic) https://t.co/w827il7fJJ pic.twitter.com/JcB29msDxb— ANI (@ANI) November 7, 2020
PSLV-CA9 ରକେଟ ହେବ ଭାରତର ଏକ ବଡ଼ ଅସ୍ତ୍ର
-ରକେଟର ପ୍ରାଥମିକ ପେଲୋଡ ଭାରତର ରାଡାର ଇମେଜିଙ୍ଗ ଉପଗ୍ରହ EOS-୦୧ ଅଟେ । ଏହା RISAT-2BRT2 ଉପଗ୍ରହ ଅଟେ ଯାହାର ନାମ ବଦଳାଯାଇ EOS 01 ରଖାଯାଇଛି ।
-EOS-01 ଆଡଭାନ୍ସ ଅର୍ଥ ଅବଜରବେସନ ଉପଗ୍ରହ ଅଟେ ଯାହାର ସିନ୍ଥେଟିକ ଆପର୍ଚର ରଡାର ଦିନ ରାତିକୁ ଖାତିର ନକରି ବାଦଲ ଭିତରେ ଥାଇ ମଧ୍ୟ ହାଇ ରେସ୍ୟୁଲେସନର ଫଟୋ ନେବାରେ ସକ୍ଷମ ହେବ ।
EOS01 successfully separated from the fourth stage of PSLVC49 and injected into orbit: Indian Space Research Organisation (ISRO) pic.twitter.com/tv7D1XHukg
— ANI (@ANI) November 7, 2020
-ବୈଜ୍ଞାନିକଙ୍କ ମତରେ ଭାରତର ନୂଆ ଆଖି ଅନ୍ତରୀକ୍ଷରୁ ସେନାର ତଦାରଖ କ୍ଷମତାକୁ ଆହୁରି ସୁଦୃଢ଼ କରିବ । ଏହାର ସହ LAC ଷ୍ଟାଣ୍ଡ ଅଫ ମଧ୍ୟରେ ଚୀନ ଉପରେ ତୀକ୍ଷ୍ନ ନଜର ରଖିବା ପାଇଁ ଏହା ସାହାଯ୍ୟ କରିବ ।
– ଏହି ରକେଟର ବ୍ୟବହାର କୃଷି, ଜରଙ୍ଗ, ମୃତ୍ତିକାର ଆର୍ଦ୍ରତା, ଭୂବିଜ୍ଞାନ, ତଟ୍ଟ ଦେଶରେ ତଦାରଖ ଏବଂ ବନ୍ୟା ପରିସ୍ଥିତି ଉପରେ ମଧ୍ୟ ନଜର ରଖିବ ।
-PSLV C49 ଲଞ୍ଚ ହେବାର ଏହାର ଠିକ ପରେ ISRO PSLV C50ର ମାଧ୍ୟମରେ ନିଜର ବହୁ ପ୍ରତିକ୍ଷିତ GSAT-12R ଉପଗ୍ରହକୁ ଲଞ୍ଚ କରିବ ଏବଂ ଏହାପରେ GISAT-1 ସାଟେଲାଇଟକୁ GSLV ରକେଟ ଜରିଆରେ ପ୍ରକ୍ଷେପିତ କରାଯିବ ।