ଆଉ ପାଦେ ଆଗେଇଲା ମିଶନ ସନ୍: ତୃତୀୟ କକ୍ଷପଥ ବଦଳାଇଲା ଆଦିତ୍ୟ ଏଲ୧

1 min read

ବେଙ୍ଗାଲୁରୁ: ଶନିବାର ରାତି ୨ଟା ୩୦ରେ ଆଉ ପାଦେ ଆଗେଇଲା ଭାରତର ସୂର୍ଯ୍ୟ ମିଶନ । ନିର୍ଦ୍ଧାରିତ ସମୟରେ ତୃତୀୟ କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ ଏଲ୧ । ଏଥିପାଇଁ ଆଦିତ୍ୟ ଏଲ୧ରେ ଥ୍ରିଷ୍ଟାର ଫାୟର କରାଯାଇଥିଲା । ଏବେ ଆଦିତ୍ୟ ପୃଥିବୀ କକ୍ଷପଥରୁ ୨୯୬ କିମି * ୭୧ ହଜାର ୭୬୭ କିମି ଦୂରରେ ରହିଛି । ଅର୍ଥାତ ଆଦିତ୍ୟ ଏଲ୧ ପୃଥିବୀଠାରୁ ସର୍ବାଧିକ ଦୂରତା ୭୧ ହଜାର ୭୬୭ କିମି ଥିବା ବେଳେ ସର୍ବନିମ୍ନ ଦୂରତା ୨୯୬ କିମି ରହିଛି ।

ଆଦିତ୍ୟ ଏଲ୧ ତୃତୀୟ କକ୍ଷପଥ ପରିବର୍ତ୍ତନ କରିବା ବେଳେ ଏହାକୁ ମରିଶସ ଓ ପୋର୍ଟ ବ୍ଲେୟରରେ ଥିବା ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନରୁ ଟ୍ରାକ୍ କରାଯାଇଥିଲା । ସେପ୍ଟେମ୍ବର ୧୫ରେ ଆଦିତ୍ୟ ଏଲ୧ ଚତୁର୍ଥ କର୍କ୍ଷପଥ ପରିବର୍ତ୍ତନ କରିବ ।

ସେପ୍ଟେମ୍ବର ୨ ତାରିଖର ସକାଳ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ଥିତ ସତିଶ ଧଓ୍ବନ ସ୍ପେସ୍ ସେଣ୍ଟରରୁ PSLV-C57 ଜରିଆରେ ଏହାର ଉତକ୍ଷେପଣ କରାଯାଇଥିଲା । ସେପ୍ଟେମ୍ବର ୩ରେ ଆଦିତ୍ୟ ଏଲ୧ ପ୍ରଥମ କକ୍ଷପଥ ବଦଳାଇଥିବା ବେଳେ ୫ ତାରିଖରେ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କରିଥିଲା ।