HOPE ମିଶନ: ଲଦାଖ ବନିଲା ମଙ୍ଗଳ ଗ୍ରହ, କ’ଣ ରିସର୍ଚ୍ଚ କରୁଛି ଇସ୍ରୋ ?

1 min read

ନନ୍ଦିଘୋଷ ବ୍ୟୁରୋ: ମହାକାଶ ବିଜ୍ଞାନରେ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ସ୍ଥାପନ କରିଚାଲିଛି ଭାରତର ଇସ୍ରୋ । ଏବେ ଇସ୍ରୋର ନଜର ହ୍ୟୁମାନ ସ୍ପେସ୍ ଫ୍ଲାଇଟ ବା ମହାକାଶକୁ ମଣିଷ ପଠାଇବା ଓ ମଙ୍ଗଳ ମିଶନ । ଚନ୍ଦ୍ର ଓ ମଙ୍ଗଳରେ ପହଞ୍ଚିବା ପାଇଁ ଇସ୍ରୋ କେବଳ ରକେଟରେ ସିମିତ ନରଖି ରିୟଲ ଏକ୍ସରସାଇଜରେ କରୁଛି । ଆଉ ଏହି ଚିନ୍ତାର ଅଂଶ ହେଇଛି ଇସ୍ରୋର ମିଶନ ‘HOPE’ ।  ଏହା ଏକ ହାଇ ଆଲ୍ଟିଚ୍ୟୁଡ ଏନାଲଗ ମିଶନ । ୩୧ ଜୁଲାଇରୁ ଲଦାଖର ତ୍ସୋ କାର (Tso kar)ରେ ଲଞ୍ଚ ହୋଇଛି । ଇସ୍ରୋ ମୁଖ୍ୟ ଡ. ବି ନାରାୟଣନ ଏହାକୁ ଉଦଘାଟନ କରିଥିଲେ । ଏହି ୧୦ ଦିନିଆ ମିଶନ ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସମୁଦ୍ର ପତନଠାରୁ ୪୫୩୦ ମିଟର ଉଚ୍ଚ ତ୍ସୋ କାରରେ ଏହା କରାଯାଉଛି । କାରଣ ଲଦାଖର ଏହି ସ୍ଥାନ ପୃଥିବୀଠାରୁ ଭିନ୍ନ ଅନ୍ୟ ଦୁନିଆ ପରି । ଥଣ୍ଡା, କମ ଅକ୍ସିଜେନ, ଶୁଷ୍କ ପରିବେଶ ଯାହା ପୂରା ମଙ୍ଗଳ ଗ୍ରହ କରି ଏଠାରେ ଦେଖିବାକୁ ମିଳିଥାଏ ।

HOPE ମିଶନର ଉଦ୍ଦେଶ୍ୟ କ’ଣ ?

ଏହା କୌଣସି ରୋବୋର୍ଟ ପଠାଇବା ମିଶନ ନୁହେଁ । ଏହା ଏକ ରିୟଲ ଲାଇଫ୍ ଟ୍ରେନିଂ । ଯେଉଁଥିରେ ମଣିଷଙ୍କୁ ମହାକାଶ ପରିବେଶ ଭଳି ସ୍ଥିତିରେ ରଖାଯିବ । ଏଥିରେ ମଣିଷର ଶରୀର ଓ ମସ୍ତିଷ୍କ କେମିତି କାମ କରୁଛି ତାହା ଅଧ୍ୟନ କରାଯିବ । ଇସ୍ରୋ ଏହାକୁ ମାର୍ସ ସିମ୍ୟୁଲେସନ ଏକ୍ସରସାଇଜ କହୁଛି । ମିଶନର ଉଦ୍ଦେଶ୍ୟ ହ୍ୟୁମାନ ବଡିର ଲିମିଟ୍ସ ଟେଷ୍ଟ କରିବା ଓ ମିଶନ ପ୍ରୋଟୋକଲକୁ ଭେରିଫଶଏ କରିବା । ଏହାସହ ଟେକ୍ନୋଲଜିକୁ ପ୍ରାକ୍ଟିକାଲ କଣ୍ଡିଶନରେ ଚଲାଇବା ।

ଲଦାଖର ତ୍ସୋ କାର କାହିଁକି ?

ଲଦାଖର ଏହି ସ୍ଥାନ ଖାଲଢ଼ିପ, ରଫ ଓ ସୁପର ଟଫ । ଏଠାରେ ଅକ୍ସିଜେନର ସ୍ତର କମ ରହିଥିଏ । ଏଠାରେ ତାପମାତ୍ରା ଅଧିକ ରଖିଥାଏ । ସବୁଠାରୁ ବଡ଼ କଥା ହେଲା ମଙ୍ଗଳ ଗ୍ରହ ପରି ଏଠାରେ ହଠାତ ପାଗରେ ପରିବର୍ତ୍ତନ ହୋଇଥାଏ । ନାଶା ଓ ଇଏସଢ଼ ଏମିତି କଣ୍ଡିଶନରେ ଟ୍ରେନିଂ କରିଥାନ୍ତି । ଯେଉଁ ରାସ୍ତାରେ ଏବେ ଇସ୍ରୋ ଯାଉଛି । ହୋପ ମିଶନରେ ଯାହା ଆକ୍ଟିଭିଟି ହେବ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଛି ।

ଶାରୀରିକ ସ୍ଥିତି ଯାଞ୍ଚ: ହାଇ ଅଲଟିଚ୍ୟୁଡ କଣ୍ଡିସନରେ ଶରୀର କେମିତି ବ୍ୟବହାର କରିଥାଏ ଏଥିରେ ତର୍ଜମା କରାଯିବ ।

ମନସ୍ତାତ୍ତିକ ଯାଞ୍ଚ: ଏଥିରେ ଟିମ୍ ଓ୍ବାର୍କ, ଟ୍ରେସ ମ୍ୟାନେଜମେଣ୍ଟ ଓ କେଉଁ ସ୍ଥିତିରେ କେମିତି ନିଷ୍ପତ୍ତି ନିଆଯାଉଛି ତାହା ଯାଞ୍ଚ କରାଯିବ ।

ଟେକ୍ନୋଲଜି ଟେଷ୍ଟ: ସ୍ବେଶାଲ ଡିଭାଇସେସ, ସୁଟସ୍ ଓ ହେଲଥ ଗିୟର, ସବୁକିଛି ବାସ୍ତବିକ ପରିସ୍ଥିତିରେ ଟେଷ୍ଟ କରାଯିବ ।

ମିଶନ ସିମ୍ୟୁଲେଶନ: ଏଥିରେ ଜରୁରୀକାଳିନ ପରିସ୍ଥିତିରେ କେମିତି ରେସପନ୍ସ ମିଳୁଛି ତାହା ମନିଟର କରାଯିବ ।

HOPE ମିଶନରୁ ଇସ୍ରୋକୁ ଦୁଇଟି ଲାଭ ମିଳିବ

ହୋପ ମିଶନରୁ ଇସ୍ରୋକୁ ଦୁଇଟି ଲାଭ ମିଳିବ । ପ୍ରଥମଟି ହେଲା, ମିଶନ ପାଇଁ ରିୟଲ ଡାଟା ମିଳି ପାରିବ । ଦ୍ବିତୀୟରେ ଏକ୍ସପର୍ଟଙ୍କୁ ଲାଇଭ ସ୍ଥିତିରେ ଟ୍ରେନିଂ କରିବାର ସୁଯୋଗ ମିଳିବ । ପରେ ଭାରତ ଯେତେବେଳେ ମହାକାଶକୁ ମଣିଷ ପଠାଇବ ସେତେବେଳେ ବିପଦ କମ ରହିବ । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହା କେବଳ ଭାରତ ପାଇଁ ନୁହେଁ ବରଂ ପୂରା ବିଶ୍ବ ପାଇଁ ଏକ ବଡ଼ ପଦକ୍ଷେପ । କାରଣ ଏପରି ମିଶନ ଗ୍ଲୋବାଲି ରେଜିଷ୍ଟର ହୋଇଥାଏ । ଯାହା ଇସ୍ରୋର ଏହି ମିଶନ ଭାରତକୁ ସେହି କ୍ଲବରେ ସାମିଲ କରିଛୁ ଯେଉଁଠି ଭବିଷ୍ୟତର ଅନୁସନ୍ଧାନ ରେସରେ ସବୁଠାରୁ ଆଗରେ ରହିଛି ।