ଇତିହାସ ରଚିବ ଇସ୍ରୋ, ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ L-1

1 min read

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଜାନୁଆରୀ ୬ରେ ଇତିହାସ ରଚିବ ଇସ୍ରୋ । ଅପରାହ୍ଣ ୪ଟାରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପ୍ରେରିତ ହୋଇଥିବା ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-୧ର ସଫଳତାକୁ ଅପେକ୍ଷା କରିଛି ସାରା ବିଶ୍ବ । ୬ଜାନୁଆରୀରେ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ  । ଗତ ୨ ସେପ୍ଟମ୍ବେରରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା । ଏଥିରେ ୬ଟି ପେଲୋଡ ବ୍ୟବହାର କରାଯାଇଥିଲା  । ଏହି ସମସ୍ତ ପେଲୋଡ ନିଜ ନିଜର ଭୂମିକା ସକ୍ରିୟ ଭାବେ ନିର୍ବାହ କରୁଥିବା ସୂଚନା ମିଳିଛି ।  ଏଲ ୱାନ ନିଜର ଲକ୍ଷ୍ୟ ପଥରେ ପହଞ୍ଚିବା ପରେ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପାଖରେ ହେଉଥିବା ସମସ୍ତ ଘଟଣାବଳୀ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ସାଙ୍ଗକୁ ତଥ୍ୟ ପ୍ରଦାନ କରିବ  ।