ଇସ୍ରୋ ଚିଫ୍ ଏସ୍. ସୋମନାଥଙ୍କ ଜୀବନ ଉପରେ ଅଧାରିତ ପୁସ୍ତକକୁ ନେଇ ବିବାଦ ! କେ. ଶିଭନଙ୍କ ସମ୍ପର୍କରେ ଲେଖିଛନ୍ତି ଏଭଳି କଥା..

1 min read

ନୂଆଦିଲ୍ଲୀ: ଇସ୍ରୋ ଚିଫ୍ ଏସ.ସୋମନାଥଙ୍କ ଜୀବନକୁ ଉପରେ ଆାଧାରିତ ପୁସ୍ତକ ’ନୀଲାବୁ କୁଡିଚା ସିମଗଲ’ରେ ପୂର୍ବତନ ଇସ୍ରୋ ମୁଖ୍ୟ କେ. ଶିଭମଙ୍କୁ ନେଇ ଅଭିଯୋଗ ଆଣିଛନ୍ତି ଏସ. ସୋମନାଥ । ଏହି ପୁସ୍ତକରେ ଲେଖା ଆଛି ଶିଭମ ଚାହୁଁ ନଥିଲେ ସୋମନାଥ ଇସ୍ରୋ ମୁଖ୍ୟ ବନନ୍ତୁ । ଏହାସହ ସେ ଚିଫ୍ ବନିବାରେ ମଧ୍ୟ ବାଧା ସୃଷ୍ଟି କରିଥିବା ପୁସ୍ତକରେ ପ୍ରକାଶ ପାଇଥିବା କୁହାଯାଉଛି। ଯାହାକୁ ନେଇ ଦକ୍ଷିଣ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।  ତେବେ ଏହାକୁ ନେଇ ସୋମନାଥଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରାଯାଇଥିବାବେଳେ ସେ କହିଛନ୍ତି କି, କୌଣସି ଉଚ୍ଚ ପଦ ଅଧିକାର କରିବା ପୂର୍ବରୁ ବହୁ ବାଧା ବିଘ୍ନକୁ ସାମନା କରିବାକୁ ପଡ଼ିବ । ମୋ ଜୀବନରେ ଘଟିଥିବା ଘଟଣାକୁ ଏହି ପୁସ୍ତକରେ ବର୍ଣ୍ଣନା କରିଛି । ମୁଁ କୌଣସି ବ୍ୟକ୍ତି ବିଶେଷଙ୍କୁ ଟାର୍ଗେଟ କରିନାହିଁ । ଚନ୍ଦ୍ରଯାନ-୨ ବିଫଳ ହେବାର ମୁଖ୍ୟ କାରଣ ହେଉଛି ଏହା ଉପରେ ସମସ୍ତ ପରୀକ୍ଷା କରାଯାଇନଥିଲା । କାହାକୁ ସମାଲୋଚନା କରାଯିବା ପାଇଁ ଏହି ପୁସ୍ତକ ରଚନା କରାଯାଇନାହିଁ ବୋଲି ସେ ପ୍ରକାଶ କରିଥିବାବେଳେ ଖୁବଶୀଘ୍ର ଏହା ବଜାରକୁ ଆସିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।