ଇସ୍ରାଏଲର ଅପରେସନ ‘ରାଇଜିଂ ଲାୟନ୍’ ବନାମ ଇରାନର ‘ଅପରେସନ୍ ଟ୍ରୁ ପ୍ରମିଜ୍’, କାହାର ଅପରେସନ ଅଧିକ ଶକ୍ତିଶାଳୀ ଥିଲା?
1 min read
ଇସ୍ରାଏଲ ଏବଂ ଇରାନ ପରସ୍ପର ବିରୁଦ୍ଧରେ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଯେତେବେଳେ ଇସ୍ରାଏଲ ଅପରେସନ ରାଇଜିଂ ଲାୟନ ଆରମ୍ଭ କରିଥିଲା, ଇରାନ ‘ଅପରେସନ୍ ଟ୍ରୁ ପ୍ରମିଜ୍ ୩’ ମାଧ୍ୟମରେ ଏହାର ଜବାବ ଦେଇଥିଲା। ଉଭୟ ଦେଶ ପରସ୍ପରକୁ ଭାରୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । ଆସନ୍ତୁ ଜାଣିବା କାହାର ଅପରେସନ ଅଧିକ ଶକ୍ତିଶାଳୀ ଥିଲା।
ଶୁକ୍ରବାର ଇସ୍ରାଏଲ ଇରାନର ସାମରିକ ଓ ପରମାଣୁ ଆଡା ଉପରେ ଆକ୍ରମଣ କରିଥିଲା। ଲଢ଼ୁଆ ବିମାନଗୁଡ଼ିକ ଇରାନର ରାଡାର, କ୍ଷେପଣାସ୍ତ୍ର କାରଖାନା ଏବଂ ପରମାଣୁ ଆଡା ଗୁଡ଼ିକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ IRGC ମୁଖ୍ୟ ହୋସେନ୍ ସଲାମି ଏବଂ ସଶସ୍ତ୍ର ବାହିନୀ ମୁଖ୍ୟ ମହମ୍ମଦ ବାଘେରିଙ୍କ ଭଳି ଉଚ୍ଚ ଇରାନୀ ସାମରିକ ଅଧିକାରୀମାନେ ପ୍ରାଣ ହରାଇଥିଲେ। ଇସ୍ରାଏଲ କହିଛି ଯେ ଏହି ଆକ୍ରମଣ ଇରାନର ପରମାଣୁ ବିପଦକୁ ରୋକିବା ପାଇଁ କରାଯାଇଥିଲା।
ଇରାନର ଚାରୋଟି ପରମାଣୁ ଆଡା କ୍ଷତିଗ୍ରସ୍ତ ହୋଇଥିଲ । ଏହା ବ୍ୟତୀତ ଇରାନର ଲୟାର ଡିଫେନ୍ସକୁ ପୂର୍ବରୁ ଇସ୍ରାଏଲ ଧ୍ବସଂ କରିସାରିଥିଲା । ଯେଉଁ କାରଣାରୁ ଇରାନ ତାର ଆକ୍ରମଣକୁ ରୋକି ପାରିନଥିଲା । ଇସ୍ରାଏଲର ଏହି ଅପରେସନ ଅତ୍ୟନ୍ତ ସଠିକ ଓ ଶକ୍ତିଶାଳୀ ଥିଲା। ଏହା ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ସହ ଏହାର ପରମାଣୁ ଆଡାକୁ ଏକ ଶକ୍ତ ଆଘାତ ଦେଇଥିଲା। କିନ୍ତୁ ଏହି ଆକ୍ରମଣ ଇରାନକୁ କ୍ରୋଧିତ କରିଥିଲା, ଯାହା ଇରାନକୁ ପ୍ରତିଶୋଧ ନେବାକୁ ବାଧ୍ୟ କରିଥିଲା।
ଶୁକ୍ରବାର ରାତିରେ ଇରାନ ପ୍ରତିଶୋଧ ସ୍ୱରୂପ ଇସ୍ରାଏଲ ଉପରେ ୧୫୦ଟି ବାଲିଷ୍ଟିକ୍ ମିସାଇଲ୍ ଏବଂ ୧୦୦ରୁ ଅଧିକ ଡ୍ରୋନ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣ ତେଲ ଅଭିଭ ସମେତ ଇସ୍ରାଏଲର ସାମରିକ ଠିକଣା ଓ ସହରମାନଙ୍କ ଉପରେ ଥିଲା। ଇରାନ ଏହାକୁ ନିଜର ସାମରିକ ନେତାମାନଙ୍କ ହତ୍ୟାର ପ୍ରତିଶୋଧ ବୋଲି କହିଥିଲା। ଯଦିଓ, ଇସ୍ରାଏଲର ଆୟର୍ନ ଡୋମ୍ ସିଷ୍ଟମ୍ ଅଧିକାଂଶ ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରି ଦେଇଥିଲା।
ଇରାନ ତୁରନ୍ତ ପ୍ରତିକ୍ରିୟା ଦେଇ ନିଜର ଶକ୍ତି ପ୍ରଦର୍ଶନ କଲା, କିନ୍ତୁ ତା’ର ଆକ୍ରମଣ ଅଧିକ କ୍ଷତି କରିପାରିଲା ନାହିଁ। ଇସ୍ରାଏଲର ସହରଗୁଡ଼ିକରେ ଆତଙ୍କ ଖେଳିଗଲା, କିନ୍ତୁ ବଡ଼ ଧ୍ୱଂସ ହେଲା ନାହିଁ। ଇରାନ ଦେଖାଇ ଦେଇଛି ଯେ ସେ ଇସ୍ରାଏଲର ଆୟର୍ନ ଡୋମ ପ୍ରତିରକ୍ଷାକୁ ମଧ୍ୟ ଭେଦ କରିପାରେ।