କର୍ଣ୍ଣାଟକରେ ଲଜ୍ଜା : ଜଣେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକରେ ଲଜ୍ଜା । ଜଣେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କୋପାଲର ଏକ କେନାଲ ନିକଟରେ ୩ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହା ସହ ଅନ୍ୟ ୩ ଜଣଙ୍କୁ ଦୁର୍ବୃତ୍ତମାନେ କେନାଲକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ଆମେରିକାର ପର୍ଯ୍ୟଟକ ଡାନିଏଲ ଏବଂ ମହାରାଷ୍ଟ୍ର ପଙ୍କୋଜ ଓ ଓଡିଶାର ବିବାସ ନାମକ ୨ଜଣ ପର୍ଯ୍ୟଟକ ଥିଲେ ।
ଅନ୍ୟପଟେ, ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ବୋଲି କହିଛନ୍ତି କୋପାଲର ଏସପି ରାମ ଏଲ. ଆରାସିଦ୍ଦି। ଅଭିଯୋଗ ଅନୁସାରେ ଏହି ୫ ଜଣ ତୁଙ୍ଗଭଦ୍ରା ବାମ ବ୍ୟାଙ୍କ କେନାଲ ପରିଦର୍ଶନ କରି ଫେରିବା ବେଳେ ଦୁର୍ବୃତ୍ତମାନେ ଅମାନବୀୟ କାଣ୍ଡ ଭିଆଇଥିଲେ। ପ୍ରଥମେ ୩ ଜଣ ଅଭିଯୁକ୍ତ ଏକ ବାଇକରେ ଆସି ପେଟ୍ରୋଲ କେଉଁଠି ମିଳିବ ବୋଲି ପଚାରିବା ସହ ଇସ୍ରାଏଲୀ ପର୍ଯ୍ୟଟଙ୍କୁ ୧୦୦ ଟଙ୍କା ମାଗିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ହୋଇଥିଲା। ପରେ ୩ ଜଣ ଦୁର୍ବୃତ୍ତ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ମାମଲା ରୁଜୁ ହୋଇଛି।