ପେଗାସସ୍‌ ମାମଲା: ଅଭିଯୋଗକୁ ଖଣ୍ଡନ କଲା ଇସ୍ରାଏଲୀ ଟେକ୍ନୋଲୋଜି  ଫାର୍ମ ଏନଏସଓ ଗ୍ରୁପ

FILE - This Thursday, Aug. 25, 2016 file photo shows the logo of the Israeli NSO Group company on a building where they had offices in Herzliya, Israel. Researchers say an increasingly notorious brand of Israeli surveillance software is being used further afield than previously known, with possible infections detected around the globe. (AP Photo/Daniella Cheslow, File)

ନୂଆଦିଲ୍ଲୀ: ପେଗାସସ ଝଡ ଜାରି ରହିଥିବା ବେଳେ ଇସ୍ରାଏଲୀ ଟେକ୍ନୋଲେଜି  ଫାର୍ମ ଏନଏସଓ ଗ୍ରୁପ ଏସବୁକୁ ଅସ୍ୱୀକାର କରିଛି । ଏନଏସଓ ଗ୍ରୁପ ଅନୁସାରେ ଯେଉଁ ସଫ୍ୱଓ୍ୱେରରେ କିଛି ଭାରତୀୟ ନେତା, ସାମ୍ବାଦିକ, ମନ୍ତ୍ରୀ, ବିଚାରପତିଙ୍କ ଫୋନ ନମ୍ବରକୁ ଟାର୍ଗେଟ କରାଯାଇଛି ବୋଲି ଅଭିଯୋଗ ଆସୁଛି, ସେହି ସଫ୍ୱଓ୍ୱେର ଆମର ନୁହେଁ ।

ଆମ ସଫ୍ୱଓ୍ୱେର ଦ୍ୱାରା ପୂର୍ବରୁ ବି କେବେ କାହାକୁ ଟାର୍ଗେଟ କରାଯାଇ ନଥିଲା । କମ୍ପାନୀର ମୁଖପାତ୍ର କହିଛନ୍ତିଯେ, ପ୍ୟାରିସ ସ୍ଥିତ ସଂଗଠନ ଫରବିଡେନ ଷ୍ଟୋରିଜ ପକ୍ଷରୁ ପ୍ରକାଶିତ ନାମ ତାଲିକା ସହ କମ୍ପାନୀ ସ୍ପାଇ ଓ୍ୱେୟାରର କୌଣସି ସମ୍ପର୍କ ନାହିଁ । ଆମେନଷ୍ଟି ଇଣ୍ଟରନ୍ୟାସନାଲ ସହ କାର୍ଯ୍ୟ କରୁଥିବା ଏହି ସଂସ୍ଥା 50 ହଜାର ଫୋନର ଯେଉଁ ଡାଟାବେସ ପ୍ରସ୍ତୁତ ବୋଲି କୁହାଯାଉଛି ତାହା ସହ ସ୍ପାଇଓ୍ୱେୟାରର କୌଣସି ସମ୍ପର୍କ ନାହିଁ ।

ଏହି ଫୋନ ନମ୍ବର ଗୁଡିକ ସହ ଏନଏସଓ ଗ୍ରୁପର ସମ୍ପର୍କ ନାହିଁ ବା କେବେ ଟାର୍ଗେଟରେ ନଥିଲା । କୌଣସି ନମ୍ବରର ଗୋପନୀୟତାକୁ ଟାର୍ଗେଟ କରିବାକୁ କେବେ ବି କମ୍ପାନୀ ଚେଷ୍ଟା ବି କରିନାହିଁ । ଯଦି ଏହାର ପ୍ରଯୁକ୍ତିକୁ ଅପବ୍ୟବହାର କରାଯାଇଥାଏ ଏବଂ ସ୍ପଷ୍ଟ ପ୍ରମାଣ ମିଳେ ତେବେ ଏହାର ସବିଶେଷ ତଦନ୍ତ କରିବେ କମ୍ପାନୀ କର୍ତ୍ତୃପକ୍ଷ ।

 ସୂଚନାଯୋଗ୍ୟ ଗତ ସୋମବାର 300ରୁ ଅଧିକ ଭାରତୀୟ ନେତା, ମନ୍ତ୍ରୀ, ସାମ୍ବାଦିକ, ବିଚାରପତି ଆଦିଙ୍କ ଫୋନ ହ୍ୟାକ କରାଯ଼ାଇଛି ବୋଲି ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଝଡ ସୃଷ୍ଟି ହୋଇଥିଲା ।

Leave a Reply