ଭାରତ ଆସିବେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ, ଏହିସବୁ ବିଷୟ ଉପରେ ମୋଦିଙ୍କ ସହ କରବେ ଆଲୋଚନା

1 min read

ନୂଆଦିଲ୍ଲୀ: ଏପ୍ରିଲ ମାସରେ ଆସିବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନେଟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଏପ୍ରିଲ ଆରମ୍ଭରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟ ଭାରତ ଗସ୍ତ କରିବେ । ସୂଚନା ଅନୁଯାୟୀ, ଇସ୍ରାଏଲ୍ ଏବଂ ଭାରତ ମଧ୍ୟରେ ସମ୍ପର୍କ ସ୍ଥାପନ ହେବାର ୩୦ତମ ବାର୍ଷିକୀ ପାଳନ କରିବା ନିମନ୍ତେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଗସ୍ତ କରୁଥିବା ଜଣାପଡ଼ିଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୨ ଏପ୍ରିଲ ୨୦୨୨ରେ ଶନିବାର ଦିନ ଭାରତ ଗସ୍ତ କରିବେ ନାଫଟାଲି ବେନେଟ ।

ଏହି ଦୁଇ ନେତାଙ୍କ ଭେଟ ଶେଷଥର ପାଇଁ ଅକ୍ଟୋବରରେ ଗ୍ଲାସଗୋରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (COP26) ସମୟରେ ହୋଇଥିଲା । ତା’ପରେ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନେଟଙ୍କୁ ଦେଶ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଦୃଢ କରିବ । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନେଟଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗକୁ ଆଗକୁ ବଢାଇବା ଏବଂ ଦୃଢ କରିବା। ଏହାସହ ଦ୍ୱିପାକ୍ଷିକ ସମ୍ପର୍କ ବିସ୍ତାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହା ବ୍ୟତୀତ ଉଭୟ ଦେଶର ପ୍ରଧାନମନ୍ତ୍ରୀମାନେ ଅର୍ଥନୀତି, ଅନୁସନ୍ଧାନ, ବିକାଶ, କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ବେନେଟ, ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ବେନେଟ୍ କହିଛନ୍ତି ଯେ, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ମୁଁ ଭାରତ ଗସ୍ତ କରି ଖୁସି ହେବି ଏବଂ ଏହାସହ ଆମେ ଆମେ ଆମ ଦେଶ ମଧ୍ୟରେ ସମ୍ପର୍କକୁ ମଧ୍ୟ ଆଗକୁ ବଢାଇବୁ । ତେବେ ପ୍ରଧାନମନତ୍ରୀ ମୋଦି ଭାରତ ଓ ଇସ୍ରାଏଲ ମଧ୍ୟରେ ସମ୍ପର୍କକୁ ପୁଣି ଆରମ୍ଭ କରିଛନ୍ତି ଏବଂ ଏହା ଐତିହାସିକ ମହତ୍ତ୍ୱ ମଧ୍ୟ ରହିଛି ।