ଇସ୍ରାଏଲୀ ଇଞ୍ଜିନିୟର ବିକ୍ରି କରିଦେଲେ ମାରାତ୍ମକ ଡ୍ରୋନ୍ ହାରୋପ୍‌ର ଟେକ୍ନୋଲୋଜି, ଭାରତ ପାଇଁ ବିପଦ

ଇସ୍ରାଏଲ ଠାରୁ କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିଥିବା ଭାରତ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଇସ୍ରାଏଲର ୨୦ ଜଣ ଇଞ୍ଜିନିୟରଙ୍କ ବିରୋଧରେ ଘାତକ ଡ୍ରୋନ ହାରୋପର ଟେକ୍ନୋଲୋଜିକୁ ଏକ ଏସୀୟ ଦେଶକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଇସ୍ରାଏଲ ଏହି ଏସୀୟ ଦେଶର ନାମ କହିନାହିଁ। ଏହି ଖବର ଭାରତ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। କାରଣ ଭାରତ ଏହି ଡ୍ରୋନକୁ ଇସ୍ରାଏଲ ଠାରୁ କିଣିବାକୁ ଯାଉଥିବା ବେଳେ ଏହି ଟେକ୍ନୋଲୋଜିକୁ ଭାରତର ଶତ୍ରୁ ଚୀନ୍ ବ୍ୟତୀତ ଅନ୍ୟ କେହି କିଣି ନଥିବା ଏବେ ଚର୍ଚ୍ଚା ହେଉଛି।

ଇସ୍ରାଏଲ୍ ମିଡିଆ ଏକ ରିପୋର୍ଟ ଅନୁଯାୟୀ ୨୦ ଜଣଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଏମାନଙ୍କ ବରୋଧରେ ବେଆଇନ ଭାବେ ଡ୍ରୋନ୍ ଡିଜାଇନ୍ ତିଆରି କରିବା, ଉତ୍ପାଦନ ଏବଂ ବିକ୍ରି କରିବା ସହ ଏସୀୟ ଦେଶକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ ଅସ୍ତ୍ରଶସ୍ତ୍ର ବାଣିଜ୍ୟରେ କୌଣସି ପ୍ରକାରର ଆଞ୍ଚ ଆସିବା ଭୟରେ ଇସ୍ରାଏଲ ସେହି ଏସୀୟ ଦେଶର ନାମ କହୁନାହିଁ। ତେବେ ଏହି ଡ୍ରୋନର ଟେକ୍ନୋଲଜି ବିକ୍ରି ହେବା ପୂର୍ବରୁ ଇସ୍ରାଏଲ୍ ଘୋଷଣା କରିଥିଲା ​​ଯେ ଏହି ମାରାତ୍ମକ ଡ୍ରୋନ୍କୁ ତିନି ଦେଶକୁ ପଠାଇବା ପାଇଁ ଏକ ଚୁକ୍ତି ହୋଇଛି। ଏଥିରେ ଏକ ଏସୀୟ ଦେଶ ମଧ୍ୟ ଅନ୍ତର୍ଭୁକ୍ତ ଯାହା ଭାରତ ହୋଇପାରେ ବୋଲି କହିଥିଲେ।

ଇସ୍ରାଏଲ୍ ପୋଲିସ୍ ଏହି ତଦନ୍ତରେ ସହଯୋଗ କରୁଛି। ଇସ୍ରାଏଲ୍ ପୋଲିସ୍ ଏହାର ବିବୃତ୍ତିରେ କହିଛି ଯେ ଏହି ଡ୍ରୋନ ବଦଳରେ ଇସ୍ରାଏଲ୍ ଇଂଜିନିୟରଙ୍କୁ ବହୁ ଅର୍ଥ ଏବଂ ଅନ୍ୟାନ୍ୟ ସୁବିଧା ଦିଆଯାଇଛି। ଇସ୍ରାଏଲର କମ୍ପାନୀ ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ହାରୋପ୍ ଡ୍ରୋନ୍ ଉତ୍ପାଦନ କରୁଛି। ଏହି ଡ୍ରୋନକୁ ଆଜାରବୈଜାନ  ଆର୍ମେନିଆ ବିରୋଧରେ ଯୁଦ୍ଧ ପାଇଁ ବ୍ୟବହାର କରିଥିଲା ।  ହାରୋପରକୁ ଆର୍ମେନିଆର ବାୟୁ ସେନା ଏବଂ ଟ୍ୟାଙ୍କ୍‌ ଅଟକାଇ ପାରିନଥିଲା। ଇସ୍ରାଏଲ ଗଣମାଧ୍ୟମ ଆଶଙ୍କା କରୁଛି ଯେ, ଏହି ଡ୍ରୋନର ଟେକ୍ନୋଲୋଜି ବର୍ତ୍ତମାନ ଶତ୍ରୁମାନଙ୍କ ହାତରେ ପହପାରେ | ଏହାପୂର୍ବରୁ ଇସ୍ରାଏଲ୍ ଚାଇନାକୁ ସିସିଟିଭି ଡ୍ରୋନ୍ ବିକ୍ରୟ କରିବାକୁ ଚାହୁଁଥିଲା କିନ୍ତୁ ଆମେରିକା ଏହାକୁ ବନ୍ଦ କରି ଦେଇଥିଲା।

Leave a Reply