ଗାଜାର ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ୫୦ ଜଣଙ୍କର ମୃତ୍ୟୁ

1 min read

ନନ୍ଦିଘୋଷ ବ୍ୟୁରୋ : ଗାଜା ଉପରେ ଇସ୍ରାଏଲର ଜୋରଦାର ହମଲା । ଏକ ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ୧୫୦ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ପରେ କୌଣସି କ୍ୟାମ୍ପ ଉପରେ ଇସ୍ରାଏଲ ସେନାର ଏହା ବଡ଼ଧରଣର ହମଲା । ଗାଜାରେ ହମାସ ଆତଙ୍କୀ ସହ ସଂଘର୍ଷରେ ଇସ୍ରାଏଲର ୯ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଜବାଲିଆ ରିଫ୍ୟୁଜି କ୍ୟାମ୍ପ ଉପରେ ହୋଇଥିଲା ଏୟାରଷ୍ଟ୍ରାଇକ୍ । ଗାଜାରେ ମୋବାଇଲ ଓ ଇଣ୍ଚପନେଟେ ସେବା ଠପ୍ ହୋଇଯାଇଛି  । ପାଲେଷ୍ଟାଇନର ଟେଲିକମ କମ୍ପାନୀ ପାଲଟେଲ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି  ।Commentary: Israel-Hamas conflict is a reminder that Singapore cannot take  its eye off the ball - CNA

ସେପେଟ ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଛି ପଡୋଶୀ ଇଜିପ୍ଟ  । ଜନବସତି ଉପରେ ଏୟାରଷ୍ଟ୍ରାଇକ ହମଲାକୁ ଅମାନବୀୟ କହିବା ସହ ଗାଜାକୁ ଲାଗି ରହିଥିବା ରାଫା ସୀମାକୁ ଆହତ ପାଲେଷ୍ଟାଇନ ବାସୀଙ୍କ ଖୋଲି ଦେଇଛି  । ସେପଟେ ଯୁଦ୍ଧ ଆରମ୍ଭ ହେବାପରଠାରୁ ନିଜ ଦେଶର ସୀମାକୁ ଗାଜା ଶରଣାର୍ଥୀଙ୍କ ଲାଗି ଖୋଲିବ ବୋଲି କହିଛି କାଇରୋ । ଗାଜାରେ ଯୁଦ୍ଧ ବିରତି ପାଇଁ ସାରା ବିଶ୍ବରୁ ସ୍ବର ଉଠୁଥିବାବେଳେ ଏହି ସମୟରେ ଏଭଳି ଜୋରଦାର ହମଲା କରିଛି ଇସ୍ରାଏଲ ।

ଏହି ଖବର ପଢନ୍ତୁ : https://nandighoshatv.com/eco-retreat-starting-today/

ଇସ୍ରାଏଲ ସେନା ଆକ୍ରମଣରେ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥାର ଜଣେ ପ୍ରତିନିଧିଙ୍କ ପରିବାରର ୧୯ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଏହି କ୍ୟାମ୍ପରେ ଆଶ୍ରୟ ନେଇଥିଲେ। ଇସ୍ରାଏଲ ହମଲାରେ ଗାଜାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୮ ହଜାର ୫୨୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୩ ହଜାର ୫୪୨ ଶିଶୁ ଥିବାବଳେ ୨ ହଜାର ୧୮୭ ମହିଳାଙ୍କ ମୃତ୍ୟୁ ହୋଇଥିବା କହିଛି ପାଲେଷ୍ଟାଇନ ପ୍ରଶାସନ। ଯୁଦ୍ଧର ବିଭୀଷିକା ମଧ୍ୟରେ ଅସ୍ତ୍ରବିରତି କରିବେନି ବୋଲି ଦୃଢତାର ସହ କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ । ସେପଟେ ଆସନ୍ତା ଶୁକ୍ରବାର ଆମେରିକା ବେଦେଶିକ ବ୍ୟାପାର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଇସ୍ରାଏଲ ଗସ୍ତରେ ଆସୁଛନ୍ତି। ଇସ୍ରାଏଲ ପ୍ରତିପକ୍ଷଙ୍କ ସହ ଯୁଦ୍ଧ ପ୍ରସଙ୍ଗ ନେଇ କରିବେ ଆଲୋଚନା।