‘ଶିଶୁ ସଂକ୍ରମଣ’ ଲହରକୁ ରୋକିବା ପାଇଁ ୫ ବର୍ଷର ଛୁଆଙ୍କୁ କୋଭିଡ୍ ଟିକା

Israel Vaccinates Children As Young As 5 To Combat 'Children's Wave' Of Covid

ଜେରୁସେଲମ: ଶିଶଙ୍କୁ କରୋନା ସଂକ୍ରମଣ ଭୟ । ଶିଶୁଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ଟିକାକରଣ । ଇସ୍ରାଏଲରେ ୫ ବର୍ଷରୁ ୧୧ ବର୍ଷ ବୟସର ଛୁଆଙ୍କୁ କୋଭିଡ୍ ଟିକା ଦେବା ଆରମ୍ଭ ହୋଇଛି । କରୋନାର ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବା ଆଶଙ୍କା କରାଯାଉଥିବା ବେଳେ ଛୁଆଙ୍କୁ ଟିକା ଦେବା ଆରମ୍ଭ କରିଛି ଇସ୍ରାଏଲ୍ ।

ଇସ୍ରାଏଲରେ ଡେଲଟା ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ପାଇଛି । ଏଥିପାଇଁ ବୁଷ୍ଟର ଡୋଜକୁ ମଧ୍ୟ ଗୁରୁତ୍ୱ ଦିଆଯାଇ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନଫତାଲି ବେନେଟ୍ଟ କହିଛନ୍ତି, ନିକଟରେ ଚିହ୍ନଟ ସଂକ୍ରମଣ ମାମଲା ମଧ୍ୟରୁ ୧୧ ବର୍ଷରୁ କମ୍ ବୟସର ୫୦ ପ୍ରତିଶତ ଶିଶୁ କୋଭିଡ୍ ପଜିଟିଭ୍ ବାହାରିଛନ୍ତି ।

Israel Vaccinates Children As Young As 5 To Combat 'Children's Wave' Of Covid

ପୂର୍ବରୁ ଇସ୍ରାଏଲରେ ୧୧ରୁ ୧୭ ବର୍ଷ ଛୁଆଙ୍କୁ ଫାଇଜର ଟିକା ଦିଆଯାଉଥିବା ବେଳେ ଏବେ ୫ରୁ ୧୧ ବର୍ଷର ଶିଶୁଙ୍କୁ ଟିକାକରଣ ସୋମବାର ଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଠାରୁ ବିଧିବଦ୍ଧ ଭାବେ ୫ରୁ ୧୧ ବର୍ଷର ଛୁଆଙ୍କୁ ଟିକା ଦେବା ଆରମ୍ଭ ହେବାକୁ ଥିବାବେଳେ ସୋମବାର ଠାରୁ ଟିକାକରଣ ଆରମ୍ଭ ହୋଇଯାଇଛି । ପୂର୍ବରୁ ୫ରୁ ୧୧ ବର୍ଷର ଛୁଆଙ୍କୁ ଆମେରିକା ଟିକା ଦେବା ଆରମ୍ଭ କରି ସାରିଛି ।

ଗତବର୍ଷ ଇସ୍ରାଏଲ୍ ପ୍ରଥମ ଦେଶ ଭାବେ କରୋନା ଭୂତାଣୁ ବିରୋଧରେ ଟିକାକରଣ ଆରମ୍ଭ କରିଥିଲା । ଫାଇଜର ମିଲିଅନ୍ ଡୋଜ୍ ଟିକା ଉପଲବ୍ଧ କରାଇଛି । ଇସ୍ରାଏଲରେ ୯ ମିଲିୟନ ଲୋକଙ୍କୁ ମଧ୍ୟରୁ ୫.୭ ମିଲିୟନର ଅଧିକ ଲୋକଙ୍କୁ କରୋନା ଟିକାର ସମ୍ପୂର୍ଣ୍ଣ ଡୋଜ୍ ଦିଆ ସରିଛି ।

ଏଥିସହ ପଢ଼ନ୍ତୁ: ୧୬ ଜିଲ୍ଲାରୁ ୨୧୨ କୋଭିଡ୍ ସଂକ୍ରମିତ ଚିହ୍ନଟ, କେନ୍ଦୁଝର କୋଭିଡ୍ ମୁକ୍ତ

Leave a Reply