spot_img

Latest Posts

ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ ସ୍ମିତ୍ ମଚ୍ଛାର !

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଏବେ ଯାହାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା, ତାଙ୍କୁ ନେଇ ଏବେ ସାମ୍ନାକୁ ଆସିଛି ଆଉ ଏକ ବଡ ଖବର । ଫ୍ଲାଏଦୁବାଇ ବିମାନରେ କୋ-ପାଇଲଟଙ୍କ ଆକ୍ରମଣରେ ଆହତ ହୋଇଥିବା କ୍ୟାପେଟନ୍ ସ୍ମିତ ମଚ୍ଛାର ତାଙ୍କ ନିର୍ଭୀକତା ଯୋଗୁଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ମରଣାନ୍ତକ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଏବ ତାଙ୍କ  ସ୍ବାସ୍ଥ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଛି । ତାଙ୍କର ସାହସିକତା ପାଇଁ ତାଙ୍କୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ନିଜ ଜୀବନକୁ ବାଜିରେ ଲଗାଇ ସେ ଯେଉଁଭଳି ଭାବେ ବିମାନରେ ଥିବା ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ ସେଥିପାଇଁ ପୂରା ଭାରତ ଏବେ ତାଙ୍କ ପାଇଁ ଗର୍ବିତ । କେବଳ ଭାରତ କାହିଁକି ବରଂ ସ୍ମିତଙ୍କ ସାହସିକତାରେ ପ୍ରଭାବିତ ହୋଇ ଇସ୍ରାଏଲ ତାଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବା ପାଇଁ ଘୋଷଣା କରିଛି । କାରଣ ଫ୍ଲାଏଦୁବାଇ ବିମାନରେ ବହୁ ସଂଖ୍ୟକ ଇସ୍ରାଏଲୀ ନାଗରିକ ଯାତ୍ରା କରିଥିଲେ, ଯାହାଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ କ୍ୟାପ୍ଟେନ୍ ସ୍ମିତ୍ । ସେଥିପାଇଁ ନେତାନ୍ୟାହୁ ସରକାର ନିଜକୁ ତାଙ୍କ ପାଖରେ ‘ଋଣୀ’ ବୋଲି କହିଛନ୍ତି । ଆଉ ଜଣେ ଭାରତୀୟ ପାଇଲଟଙ୍କୁ ଇସ୍ରାଏଲ ତାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବା ନିହାତି ଭାବରେ ଗର୍ବରେ ବିଷୟ ।

ସୂଚନା ମୁତାବକ, ଭାରତରେ ଥିବା ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜାର ସ୍ମିତ୍ ମଚ୍ଛାରଙ୍କୁ ଜଣେ ‘ହିରୋ’ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ, ସ୍ମିତଙ୍କ ଅଦମ୍ୟ ସାହାସ, ଧୈର୍ଯ୍ୟ ଏବଂ ଉପସ୍ଥିତ ବୁଦ୍ଧି ବିମାନରେ ଥିବା ଲୋକଙ୍କ ଜୀବନ ବଞ୍ଚାଇବାରେ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସେଥିପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସଂସଦର ବାଚସ୍ପତି ଏବଂ ସେଠାକାର ଜନତା ସ୍ମିତ୍ ଙ୍କ ପ୍ରତି କୃତଜ୍ଞ । ଏହାସହ ସେ କହିଛନ୍ତି ଯେ, ଇସ୍ରାଏଲ କେବେବି ସେମାନଙ୍କୁ ଭୁଲେ ନାହିଁ ଯେଉଁମାନେ ତାକୁ ସାହାର୍ଯ୍ୟ କରନ୍ତି। ତେଣୁ କ୍ୟାପ୍ଟେନ୍ ସ୍ମିତ୍ ଙ୍କୁ ଭାରତର ମହାନ ନାୟକ ବୋଲି ଅଭିହିତ କରିବା ସହ ତାଙ୍କର ସାହସକୁ ଇସ୍ରାଏଲରେ ଆାନୁଷ୍ଠାନିକ ସମ୍ମାନ ଏଂବ ସ୍ବୀକୃତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଆକ୍ରମଣ ସମୟରେ ସ୍ମିତଙ୍କୁ ଛୁରାମାଡ କରାଯାଇଥିଲା । ଏହା ସତ୍ତ୍ବେ ବି ସେ କକପିଟ୍ ଦ୍ବାର ଖୋଲିବାରେ ସଫଳ ହୋଇଥିଲେ । ଯାହାଫଳରେ ଯାତ୍ରୀମାନେ କକିପିଟ୍ ଭିତରକୁ ପ୍ରବେଶ କରିପାରିଥିଲେ ଏବଂ ଏକ ବଡ ଅଘଟଣ ହେବାରୁ ବର୍ତ୍ତି ଯାଇଥିଲା । ଆଉ କ୍ରାସ୍ ରୁ ଶହ ଶହ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇପାରିଥିଲା । ତେବେ ତାଙ୍କର ଶାନ୍ତ ଆଚରଣ, ଦୃଢ ନିଷ୍ଠା ଏବଂ ଅଭିଜ୍ଞତା ଦ୍ବାରା ସେ ପ୍ରମାଣିତ କରିଦେଇଥିଲେ ଯେ ଆତଙ୍କବାଦକୁ ମଧ୍ୟ ପ୍ରତିହତ କରିହେବ ।

Latest Posts

Don't Miss