ଇରାନ ପରେ ଏବେ ଏହି ସ୍ଥାନରେ ବୋମା ବର୍ଷା କରୁଛି ଇସ୍ରାଏଲ

1 min read

ନନ୍ଦିଘୋଷ ବ୍ୟୁରୋ : ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ୧୨ ଦିନିଆ ଭୟଙ୍କର ଯୁଦ୍ଧରେ ଅସ୍ତ୍ରବିରତି। କୁହାଯାଉଥିଲା ଯେ, ଏବେ ମଧ୍ୟପ୍ରାଚ୍ୟର ପରିସ୍ଥିତି କିଛିଟା ସ୍ୱାଭାବିକ ହେବ । କିନ୍ତୁ ଇସ୍ରାଏଲ ହଠାତ୍ ଲେବାନନରେ ବଡ ଧରଣର ଆକ୍ରମଣ କରିଛି । ଶୁକ୍ରବାର ଦିନ ଇସ୍ରାଏଲ ଦକ୍ଷିଣ ଲେବାନନରେ ବୋମା ବର୍ଷା କରିଥିଲା । ସମଗ୍ର ଅଞ୍ଚଳ ଧୂଆଁ ଧୂଆଁ ହୋଇଯାଇଥିଲା ।

ରିପୋର୍ଟ ଅନୁୟାୟୀ, ଇସ୍ରାଏଲୀ ଯୁଦ୍ଧ ବିମାନରେ ବୋମା ପକାଇଥିଲା । ଏହା ବ୍ୟତୀତ ଦକ୍ଷିଣ ଲେବାନନର ଅନେକ ସ୍ଥାନରେ ନିରୀକ୍ଷଣ ଡ୍ରୋନ ମଧ୍ୟ ଉଡ଼ୁଥିବାର ଦେଖାଯାଇଥିଲା।

ଇସ୍ରାଏଲୀ ସେନା କହିଛି ଯେ ହିଜବୁଲାର କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ସେମାନେ ଏହି ଆକ୍ରମଣ କରିଥିଲେ। ଦକ୍ଷିଣ ଲେବାନନର ନାବାଟିଆହ ଅଲ-ଫୌକା ଏବଂ ଇକଲିମ ଅଲ-ତୁଫା ପାହାଡ଼ରେ ଅନେକ ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ ହିଜବୁଲାର ଭିତ୍ତିଭୂମି ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଟାର୍ଗେଟ କରାଯାଇଥିବା ଦାବି କରାଯାଇଛି।