spot_img

Latest Posts

ଇସ୍ରାଏଲ ଆକ୍ରମଣରେ ଗାଜାରେ ୯୫ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଗାଜା ଷ୍ଟ୍ରିପରେ ହମାସ ଆକ୍ରମଣ ସମୟରେ ବନ୍ଧକ ରଖାଯାଇଥିବା ଜଣେ ଥାଇ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଇସ୍ରାଏଲ କହିଛି। ଇସ୍ରାଏଲୀ ସେନା ଗାଜା ଉପରେ ଆକ୍ରମଣ ଜାରି ରଖିଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏହି ଆକ୍ରମଣରେ ଅତି କମରେ ୯୫ ଜଣଙ୍କର ମୃତ୍ୟୁ ହୋଇଛି। ଥାଇ ନାଗରିକ ନାଟାପଙ୍ଗ ପିଣ୍ଟା କୃଷି କାମ କରିବାକୁ ଇସ୍ରାଏଲ ଆସିଥିଲେ। ତାଙ୍କୁ କିବୁଟଜ୍ ନିର ଓଜରୁ ବନ୍ଦୀ କରାଯାଇଥିଲା ଓ ୭ ଅକ୍ଟୋବର ୨୦୨୩ରେ ଆରମ୍ଭ ହୋଇଥିବା ଯୁଦ୍ଧର ଆରମ୍ଭରେ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ଇସ୍ରାଏଲ ସରକାର କରିଛନ୍ତି ।

ଥାଇଲ୍ୟାଣ୍ଡର ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଅନ୍ୟ ଦୁଇ ଜଣ ନାଗରିକଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ବନ୍ଦୀ କରାଯାଇଥିବା ବିଦେଶୀଙ୍କ ମଧ୍ୟରେ ଥାଇ ନାଗରିକମାନେ ସବୁଠାରୁ ବଡ଼ ଥିଲେ। ଅନେକ ଦକ୍ଷିଣ ଇସ୍ରାଏଲର କିବୁଟଜିମ୍ ଓ ସହରଗୁଡ଼ିକର ଉପକଣ୍ଠରେ ରହୁଥିଲେ । ଯେଉଁଗୁଡ଼ିକ ଆକ୍ରମଣର ଶିକାର ହୋଇଥିବା ପ୍ରଥମ ସ୍ଥାନମାନଙ୍କ ମଧ୍ୟରେ ଥିଲେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଯୁଦ୍ଧ ସମୟରେ ୪୬ ଜଣ ଥାଇ ନାଗରିକଙ୍କ ମୃତ୍ୟୁ ହୋଇଛି।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପିଣ୍ଟାଙ୍କ ମୃତଦେହ ଦକ୍ଷିଣ ଗାଜର ରାଫା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଇସ୍ରାଏଲୀ ସେନା ପରେ କହିଛି ଯେ ସେମାନେ ଶନିବାର ଗାଜା ସହରରେ ମୁଜାହିଦିନ୍ ବ୍ରିଗେଡ୍ ର ମୁଖ୍ୟ ଅସ’ଦ ଆବି ସାରିଆଙ୍କୁ ହତ୍ୟା କରିଛନ୍ତି। ଗାଜାରେ ଏବେ ବି ୫୫ ବନ୍ଧକ ଅଛନ୍ତି। ଇସ୍ରାଏଲ କହିଛି ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ମୃତ। ଶନିବାର ସନ୍ଧ୍ୟାରେ, ଇସ୍ରାଏଲର ପରିବାର ପୁଣି ଏକତ୍ରିତ ହୋଇ ସମସ୍ତଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଯୁଦ୍ଧବିରତି ଚୁକ୍ତି ଦାବି କରିଥିଲେ। ହମାସ ଆଉ ଜଣେ ବନ୍ଧକ ମାତାନ ଜାଙ୍ଗୌକରଙ୍କ ବିଷୟରେ ଏକ ଅସାଧାରଣ ଚେତାବନୀ ଜାରି କରି କହିଛି  । ସେ କହିଛି ଇସ୍ରାଏଲୀ ସେନା ତାଙ୍କୁ ବନ୍ଦୀ ଥିବା ଅଞ୍ଚଳକୁ ଘେରି ରହିଛନ୍ତି ଓ ଉଦ୍ଧାର ପ୍ରୟାସ ସମୟରେ ତାଙ୍କର ଯେକୌଣସି କ୍ଷତି ପାଇଁ ଇସ୍ରାଏଲ ଦାୟୀ ରହିବ। ଇସ୍ରାଏଲୀ ସେନା ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।

ଅକ୍ଟୋବର ୭ତାରିଖରେ ହୋଇଥିବା ଆକ୍ରମଣରେ ହମାସ ନେତୃତ୍ୱାଧୀନ ଆତଙ୍କବାଦୀମାନେ ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ, ଅଧିକାଂଶ ସାଧାରଣ ନାଗରିକ ଓ ୨୫୧ ବନ୍ଧକଙ୍କୁ ଅପହରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଯୁଦ୍ଧବିରତି ଚୁକ୍ତିନାମା କିମ୍ବା ଅନ୍ୟାନ୍ୟ ଚୁକ୍ତି ଅନୁଯାୟୀ ମୁକ୍ତ କରାଯାଇଥିଲା। ଇସ୍ରାଏଲୀ ସେନା ଆଠ ଜଣ ଜୀବିତ ବନ୍ଧକଙ୍କୁ ଉଦ୍ଧାର କରିଛି ଓ ଅନେକ ମୃତଦେହ ଉଦ୍ଧାର କରିଛି।

ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ସାମରିକ ଅଭିଯାନରେ ୫୪୦୦୦ରୁ ଅଧିକ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ଏହି ଆକ୍ରମଣ ହମାସ ଦ୍ୱାରା ପରିଚାଳିତ ଗାଜାର ଏକ ବଡ଼ ଅଂଶକୁ ଧ୍ୱଂସ କରିଛି  । ପ୍ରାୟ ୨୦ ଲକ୍ଷ ପାଲେଷ୍ଟାଇନୀ ଜନସଂଖ୍ୟାର ୯୦ ପ୍ରତିଶତକୁ ବିସ୍ଥାପିତ କରିଛି।

Latest Posts

Don't Miss