ଗାଜା-ଇସ୍ରାଏଲ୍ ଯୁଦ୍ଧ ବିରତି; ୩୯ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କଲା ଇସ୍ରାଏଲ୍

1 min read
44 killed in crush at religious event in northern Israel

ଗାଜା: ଗାଜା-ଇସ୍ରାଏଲ ଯୁଦ୍ଧ ବିରତିର ଆଜି ଚତୁର୍ଥ ଦିନ। ଆଜି ମଧ୍ୟ ମୁକ୍ତ ହେବେ ପଣବନ୍ଦୀ। ଗତକାଲି ତୃତୀୟ ଦିନରେ ୧୭ ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି ହମାସ ଆତଙ୍କୀ। ମୁକ୍ତି ପାଇଥିବା ପଣବନ୍ଦୀଙ୍କ ମଧ୍ୟରେ ଜଣେ ୪ ବର୍ଷର ଇସ୍ରାଏଲ-ଆମେରିକୀୟ ଶିଶୁ ରହିଛି। ୧୭ ଜଣଙ୍କ ମଧ୍ୟରେ ୧୩ ଇସ୍ରାଏଲ ନାଗରିକଙ୍କ ସହ ଥାଇଲାଣ୍ଡର ୩ ଏବଂ ଜଣେ ରୁଷ ନାଗରିକ ଅଛନ୍ତି।

ସେପଟେ ତୃତୀୟ ଦିନରେ ଇସ୍ରାଏଲ ୩୯ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିଛି। ରମଲ୍ଲାରେ ସମସ୍ତ ପାଲେଷ୍ଟିନୀୟଙ୍କୁ ସ୍ବାଗତ କରାଯାଇଛି। ୱେଷ୍ଟବ୍ୟାଙ୍କର ରମଲ୍ଲାରେ ସମସ୍ତଙ୍କୁ ମୁକ୍ତ କରିଛି ଇସ୍ରାଏଲ। ବର୍ତ୍ତମାନ ସୁଦ୍ଧା ହମାସ ୫୮ ଜଣ ପଣବନ୍ଦୀଙ୍କୂ ମୁକ୍ତ କରିଛି। ପ୍ରଥମ ଦିନରେ ୨୪, ଦ୍ବିତୀୟ ଦିନରେ ୧୭ ଏବଂ ତୃତୀୟ ଦିନରେ ଆଉ ୧୭ ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ହମାସ ଆତଙ୍କୀ ଅନ୍ତର୍ଜାତୀୟ ରେଡକ୍ରସ ସଂସ୍ଥାକୁ ଏହି ପଣବନ୍ଦୀଙ୍କୁ ହସ୍ତାନ୍ତର କରିଛି ହମାସ। ଏହାପରେ ସମସ୍ତେ ଇସ୍ରାଏଲକୁ ଫେରିଛନ୍ତି। ଇଜିପ୍ଟର କରିମ ସାଲମ କ୍ରସିଂ ଦେଇ ସମସ୍ତେ ମୁକ୍ତ ହୋଇଛନ୍ତି। କତାର ମଧ୍ୟସ୍ଥତାରେ ସମସ୍ତ ପଣବନ୍ଦୀଙ୍କୁ ଛାଡୁଛନ୍ତି ହମାସ ଆତଙ୍କୀ।

ମାତ୍ର ୪ ଦିନ ଯୁଦ୍ଧ ବିରତି ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଇସ୍ରାଏଲ ପାଲେଷ୍ଟାଇନର ୧୫୦ ବନ୍ଦୀଙ୍କୁ ମୁକ୍ତ କରିବାକୁ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି। ଆଗକୁ ଆଉ ୨ରୁ ୪ ଦିନ ଯୁଦ୍ଧ ବିରତି ରଖିବାକୁ ଉଦ୍ୟମ ଜାରି ରଖିଛି କତର। ହମାସ ରଖିଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ କତାର ପ୍ରୟାସ ଜାରି ରଖିଛି। ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବା ଉଦ୍ୟମକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲ, ଗାଜାରେ ହମାସ ବାହିନୀର ୫ ବରିଷ୍ଠ କମାଣ୍ଡରଙ୍କୁ ନିପାତ କରିଛି।