ଇସ୍ରାଏଲ ଓ ପାଲେଷ୍ଟାଇନ୍ ବିବାଦ: ରକେଟ୍ ମାଡରେ ଭାରତୀୟ ମହିଳାଙ୍କ ସମେତ ୩୨ ମୃତ
1 min readତେଲ ଅଭିଭି: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ବଢିବାରେ ବଢିବାରେ ଲାଗିଛି । ହମାସ ଇସ୍ରାଏଲର ଗାଜା ଉପରେ ୧୦୦ରୁ ଅଧିକ ରକେଟ୍ ମାଡ କରିଛି। ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।
ଏହି ରକେଟ ମାଡରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବା ବେଳେ ୨୨୦ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ସୂଚନା ମିଳିଛି ।
Israel-Palestine conflict: Death toll in Gaza rises to 32, explosions heard in Tel Aviv
Read @ANI Story | https://t.co/WIK2x0SHAK pic.twitter.com/Tw5sGFx3B2
— ANI Digital (@ani_digital) May 12, 2021
ହମାସରୁ ହୋଇଥିବା ଏହି ଆକ୍ରମଣର ଜବାବ ଦିଆଯାଇଥିବା କହିଛି ଇସ୍ରାଏଲ ସେନା । ଏଥିରେ ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ମହିଳାଙ୍କ ଜଣଙ୍କ କେରଳ ନିବାସୀ ବୋଲି ଜଣାପଡିଛି ।
ତେବେ ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଆସ୍କେଲନ୍ ସହରର ୩୧ ବର୍ଷୀୟ ସୋମିଆଙ୍କ ଘରେ ଏହି ରକେଟ୍ ପଡିଥିଲା । ମୃତ ମହିଳା ଜଣଙ୍କ ସନ୍ଧ୍ୟାରେ କେରଳରେ ଥିବା ତାଙ୍କ ସ୍ବାମୀ ସନ୍ତୋଷଙ୍କ ସହ ଏକ ଭିଡିଓ କଲରେ କଥା ହେଉଥିବା ବେଳେ ରକେଟ ଆକ୍ରମଣ ହୋଇଥିଲା।