ହମାସ ମୁଖ୍ୟ ଇସମାଇଲ ହାନିଆ ଘର ଉପରେ ମିସାଇଲ୍ ଆଟାକ୍

1 min read
Gaza

ଗାଜା: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୯  ଦିନରେ ପହଞ୍ଚିଲାଣି । ଏହାମଧ୍ୟରେ ଖବର ଆସୁଛି ଯେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ଘର ଉପରକୁ ମିସାଇଲ୍ ମାଡ଼ କରିଛି ଇସ୍ରାଏଲ୍ ସେନା। ଅଲ-ଆକସା ରେଡିଓର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଡ୍ରୋନ ଦ୍ୱାରା  ଗାଜା ସ୍ଥିତ ଇସମାଇଲ ହାନିଆର ଘର ଉପରକୁ କ୍ଷେପଣାସ୍ତ୍ର ପକାଇଛି। ତେବେ ଏହି ଆକ୍ରମଣ ସମୟରେ ଇସମାଇଲ ଘରେ ନଥିବା ବେଳେ ତାଙ୍କ ପରିବାର ସଦସ୍ୟ କେହିଥିଲେ କି ନା ଜଣାପଡିନାହିଁ।

ସୂଚନାନୁସାରେ, ଗାଜା ସହରକୁ ସବୁ ଦିଗରୁ ଘେରି ରହିଛି ଇସ୍ରାଏଲ। ଦୁଇ ଦିନ ମଧ୍ୟରେ ୧୫୦ରୁ ଅଧିକ ହମାସ ଆତଙ୍କବାଦୀ ନିହତ ହୋଇଛନ୍ତି ଇସ୍ରାଏଲ୍ ସେନାବାହିନୀ ଗାଜାକୁ ସବୁଆଡୁ ଘେରାବନ୍ଦୀ କରିଛି। । ଏପଟେ ଇସ୍ରାଏଲ ଦାବି କରିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ  ୧୦୦୦ ହମାସ୍ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ଇସ୍ରାଏଲର ୨୪ ସୈନିକଙ୍କ ଜୀବନ ଯାଇଛି । କେବଳ ଗାଜାରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଇସ୍ରାଏଲରେ ୧୪୦୦ ଜଣଙ୍କ ମୃତ୍ୟୁ ଘଟିଛି।

ଇସ୍ରାଏଲ ସେନା ମୁଖପାତ୍ର କହିଛନ୍ତି ଯେ ସୈନିକମାନେ ଅସ୍ତ୍ରଶସ୍ତ୍ର ଏବଂ ଏୟାରକ୍ରାଫ୍ଟ ଜରିଆରେ ହମାସ ଉପରେ ଆକ୍ରମଣ କରୁଛନ୍ତି। ସେନାଙ୍କ ଟାର୍ଗେଟରେ ରହିଛି ହମାସ୍ କମାଣ୍ଡ୍ ସେଣ୍ଟର, ଦୁଇଟି ଲଞ୍ଚିଂ ପୋଜିସନ୍, ତିନୋଟି ସୁଡଙ୍ଗ ଏବଂ ଆଣ୍ଟି ଟ୍ୟାଙ୍କ ମିସାଇଲ୍ ଲଞ୍ଚିଂ ସେଣ୍ଟର।