spot_img

Latest Posts

ଆକ୍ରମଣର ଜବାବ ଦେବା ଆମ ଅଧିକାର, ଖାମେନେଇଙ୍କ ଧମକ ପରେ ଇସ୍ରାଏଲର ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ଇରାନର ଆକ୍ରମଣ ପରେ ଇସ୍ରାଏଲ୍ କେବେ ଏବଂ କିପରି ପ୍ରତିଶୋଧ ନେବ ସେନେଇ ସାରା ବିଶ୍ୱରେ ଆଲୋଚନା ଚାଲିଥିବା ବେଳେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି ।  ଏକ ପ୍ରେସମିଟରେ ସେ ଉଲ୍ଲେଖ କରିଛନ୍ତି କି ତାଙ୍କ ଦେଶ ନିଶ୍ଚିତ ଭାବରେ ଇରାନ ଠାରୁ ପ୍ରତିଶୋଧ ନେବ ଏବଂ ଇରାନର ଏହି ଆକ୍ରମଣକୁ ଇତିହାସର ସବୁଠାରୁ ବଡ କ୍ଷେପଣାସ୍ତ୍ର ଆକ୍ରମଣ ବୋଲି ସେ କହିଛନ୍ତି ।

ଏକ ଭିଡିଓ ବାର୍ତ୍ତାରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇରାନ ଆମ ଅଞ୍ଚଳ ତଥା ଆମ ସହର ଉପରେ ଦୁଇଥର ଶହ ଶହ କ୍ଷେପଣାସ୍ତ୍ର ନିକ୍ଷେପ କରିଛି, ଯାହା ଇତିହାସର ସବୁଠାରୁ ବଡ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ। ଇରାନର ସର୍ବୋଚ୍ଚ ନେତା ଖାମେନେଇ ଶୁକ୍ରବାର ଦିନ ଇସ୍ରାଏଲକୁ ଖୋଲାଖୋଲି ଧମକ ଦେବାପରେ ନେତାନ୍ୟାହୁ ଏଭଳି ବୟାନ ଦେଇଛନ୍ତି ।

କୌଣସି ଦେଶ ଇରାନକୁ ବରଦାସ୍ତ କରିବେ ନାହିଁ

ଗତ ମଙ୍ଗଳବାର ଦିନ ଇରାନ ଇସ୍ରାଏଲର ସାମରିକ ବେସରେ ଦଶହଜାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏପ୍ରିଲ ପରେ ତେହେରାନରୁ ଏହା ହେଉଛି ଦ୍ୱିତୀୟ ଆକ୍ରମଣ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ବର କୌଣସି ଦେଶ ଏହାର ସହର ଏବଂ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ବରଦାସ୍ତ କରିବେ ନାହିଁ । ସେ କହିଛନ୍ତି, ନିଜକୁ ରକ୍ଷା କରିବା ଏବଂ ଏହି ଆକ୍ରମଣର ଜବାବ ଦେବା ପାଇଁ ଇସ୍ରାଏଲର କର୍ତ୍ତବ୍ୟ ଏବଂ ଅଧିକାର ଅଛି ଏବଂ ଆମେ ତାହା କରିବୁ। ଇରାନର ଆକ୍ରମଣର ଜବାବ ଦେବା ପାଇଁ ଇସ୍ରାଏଲର ଯୁଦ୍ଧ କ୍ୟାବିନେଟରୁ ଅନୁମୋଦନ ଗ୍ରହଣ କରାଯାଇଛି। ଏବେ କେବଳ ନେତାନ୍ୟାହୁଙ୍କ ଆଦେଶକୁ ଅପେକ୍ଷା କରାଯାଇଛି | ଆଦେଶ ପାଇବା ମାତ୍ରେ ଇସ୍ରାଏଲ୍ ସେନା ଇରାନ ଉପରେ ଆକ୍ରମଣ କରିବ ।

https://x.com/i/status/1842631521070669937

ଖାମେନେଇଙ୍କ ଚେତାବନୀ

ଇରାନର ନେତା ଖାମେନେଇ ଶୁକ୍ରବାର ଦିନ ତାଙ୍କ ଭାଷଣରେ ହିଜବୁଲ ଏବଂ ହମାସକୁ ପ୍ରଶଂସା କରି କହିଛନ୍ତି ଯେ ଏହି ସଂଗ୍ରାମରେ ଇସ୍ରାଏଲ ଅଧିକ ଦିନ ତିଷ୍ଠି ରହିପାରିବ ନାହିଁ। ଏହାସହିତ ଯଦି ଇସ୍ରାଏଲ ଯୁଦ୍ଧ ବନ୍ଦ ନକରେ ତାହେଲେ ଇସ୍ରାଏଲ ଉପରେ ବଡ ଆକ୍ରମଣ ହେବାର ସମ୍ଭାବନା ରହିଛି ।

ଆନ୍ତର୍ଜାତୀୟ ସମର୍ଥନ ପାଇଁ ଆହ୍ବାନ

ନେତାନ୍ୟାହୁ ଏହି କ୍ଷେପଣାସ୍ତ୍ର ଆକ୍ରମଣକୁ ଇରାନର ବ୍ୟାପକ ରଣନୀତିର ଭାବରେ ବର୍ଣ୍ଣନା କରିଛନ୍ତି, ଯାହା ଅଧୀନରେ ଏହା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧକୁ ଭୟଙ୍କର କରିବାକୁ ଚାହୁଁଛି । ଏଥିପାଇଁ ଏହା ଲେବାନନର ହିଜବୁଲ ଏବଂ ଗାଜାର ହମାସ ସମେତ ସମଗ୍ର ମଧ୍ୟପ୍ରାଚ୍ୟରର ୬ଟି ପ୍ରକ୍ସି ବ୍ୟବହାର କରୁଛି  । ସେ କହିଛନ୍ତି, ଇରାନର ବର୍ବରତା ସହିତ ଇସ୍ରାଏଲ ଯୁଦ୍ଧ କରୁଛି, ସମସ୍ତ ସଭ୍ୟ ଦେଶ ଇସ୍ରାଏଲ ସହିତ ଦୃଢ ଭାବରେ ଛିଡା ହେବା ଉଚିତ୍  । ଇରାନ ବିରୋଧରେ ଇସ୍ରାଏଲର ଏହି ଲଢେଇରେ ସେ ଆନ୍ତର୍ଜାତୀୟ ସମର୍ଥନ ପାଇଁ ଆହ୍ବାନ ଦେଇଛନ୍ତି ।

 

Latest Posts

Don't Miss