ଗାଜାରେ ଭୁଶୁଡୁଛି ଆତଙ୍କବାଦୀ ସଂଗଠନ ହମାସର ଗଡ଼
1 min readଗାଜା: ଗାଜାରେ ଭୁଶୁଡୁଛି ଆତଙ୍କୀ ସଂଗଠନ ହମାସର ଗଡ଼। ଉତ୍ତର ଗାଜାରେ ହମାସର ଗାଜାରେ ଭୁଶୁଡୁଛି ଆତଙ୍କବାଦୀ ସଂଗଠନ ହମାସର ଗଡ଼ ଶିବିରକୁ ଛାରଖାର କରି ଦେଇଛି ଇସ୍ରାଏଲ ସେନା। ଇସ୍ରାଏଲ-ଗାଜା ଯୁଦ୍ଧକୁ ୩ ମାସ ପୁରିଛି। ଉତ୍ତର ଗାଜାରେ ଥିବା ହମାସର ଠିକଣାକୁ ପୁରା ନଷ୍ଟ କରି ଦେଇଥିବା ଦାବି କରିଛି ଇସ୍ରାଏଲ। ଉତ୍ତର ଗାଜାରେ ପାଖାପାଖି ୮ ହଜାର ଆତଙ୍କୀ ନିପାତ କରିଛି ଇସ୍ରାଏଲ ସେନା । ଏବେ ଦକ୍ଷିଣ ଏବଂ କେନ୍ଦ୍ରରେ ଥିବା ଆତଙ୍କୀକୁ ନାଶ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଇସ୍ରାଏଲ। ଉତ୍ତର ଗାଜା ଅଞ୍ଚଳରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏଠାରେ କିଛି ଆତଙ୍କୀ ବିନା କମାଣ୍ଡରଙ୍କ ନେତୃତ୍ବରେ ହିଂସାକାଣ୍ଡ ଘଟାଉଛନ୍ତି।
ସେପଟେ ଦକ୍ଷିଣ ଓ କେନ୍ଦ୍ରୀୟ ଗାଜାରେ ଜନବସତି ଏବଂ ଶରଣାର୍ଥୀ ଶିବିରରେ ଆତଙ୍କୀ ଲୁଚି ରହିଛନ୍ତି। ଦକ୍ଷିଣ ଗାଜାର ଖାନ ୟୁନିସ୍ ସହରରେ ଅଣ୍ଡରଗ୍ରାଉଣ୍ଡରେ ଆତଙ୍କୀର ବଡ଼ ନେଟୱର୍କ ଚାଲିଛି। ଏହାକୁ ନଷ୍ଟ କରିବାକୁ ଆକ୍ରମଣ ଅଲଗା ହେବ ବୋଲି କହିଛି ଇସ୍ରାଏଲ।
ଗତ ୭ ଅକ୍ଟୋବରରେ ଆରମ୍ଭ ହୋଇଥିଲା ଇସ୍ରାଏଲର ଅପରେସନ। ହମାସ ଆତଙ୍କୀଙ୍କୁ ନିପାତ କରିବାକୁ ଗାଜା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ। ବର୍ତ୍ତମାନ ଯୁଦ୍ଧକୁ ୪ ମାସ ପୂରି ଥିବାବେଳେ ୨୨ ହଜାର ୭ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲରୁ ୨୪୦ ଜଣଙ୍କୁ ପଣବନ୍ଦୀ କରି ନେଇଥିଲେ ହମାସ ଆତଙ୍କୀ। ଏବେବି ହମାସ ଆତଙ୍କୀଙ୍କ ପାଖରେ ୧୩୨ ପଣବନ୍ଦୀ ଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର ଲାଗି ଏବେବି ଉଦ୍ୟମ ଜାରି ରହିଛି।