spot_img

Latest Posts

ବଦ୍‌ଲା ନେଲା ଇସ୍ରାଏଲ, ଭୋରରୁ ଗାଜାର ଲେବନନ୍‌ରେ ଆଟାକ୍‌

ଜେରୁଜେଲମ: ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ତେଜିଲା । ଗାଜା ଉପରେ ପୁଣି ଏୟାର୍‌ ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍‌। ଶୁକ୍ରବାର ଭୋରରୁ ଗାଜାର ଲେବନନ ଉପରେ ଆଟାକ୍‌ କରିଛି ଇସ୍ରାଏଲ । ଅଲ-ଉସକା ମସଜିଦ ଉପରେ ଇସ୍ରାଏଲର ଆକ୍ରମଣ ପରେ ଆତଙ୍କୀ ସଂଗଠନ ହମାସ ଇସ୍ରାଏଲ ଉପରେ ରକେଟ ମାଡ କରିଥିଲା । ଇସ୍ରାଏଲ ଏହାର ପ୍ରତିଶୋଧ ନେଇଥିବା ଜଣାପଡ଼ିଛି ।

ଗତ ବୁଧବାର ଜେରୁଜେଲମରେ ଥିବା ଅଲ୍‌ ଅକ୍‌ସା ମସ୍‌ଜିଦ୍‌ରେ ମାର୍‌ପିଟ୍ ହେବା ପରେ ପାଲେଷ୍ଟାଇନ୍ ଓ ଇସ୍ରାଏଲ୍ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ଶ୍ରଦ୍ଧାଳୁମାନେ ମସ୍‌ଜିଦ୍‌ରେ ପ୍ରାର୍ଥନା କରୁଥିବା ବେଳେ ଇସ୍ରାଏଲ୍‌ର ସେନା କର୍ମୀ ମସ୍‌ଜିଦରେ ପଶିଥିଲେ। ଏହାପରେ ଶ୍ରଦ୍ଧାଳୁ ଓ ଇସ୍ରାଏଲ୍ ସେନା ମଧ୍ୟରେ ମାର୍‌ପିଟ୍ ହୋଇଥିଲା। ପାଲେଷ୍ଟାଇନ୍ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରାଯାଇଥିଲା।

ଏହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଶତ୍ରୁ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ଘୋଷଣା କରିଥିଲେ। ନେତନ୍ୟାହୁଙ୍କ ପ୍ରତଶ୍ରୁତିର କିଛି ସମୟ ପରେ ଲେବନନର ଅନେକ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଆକ୍ରମଣ ପରେ ଶତ୍ରୁଙ୍କୁ ଉଚିତ ଜବାବ ଦେଇଛୁ ବୋଲି ନେତନ୍ୟାହୁ କହିଛନ୍ତି। ଇସ୍ରାଏଲ ସେନା କହିଛି ଯେ ଆମେ ଲେବନାନରେ ସକ୍ରିୟ ଥିବା ହମାସ ଉପରେ ଆକ୍ରମଣ କରିଛୁ। ଗାଜା ଉପରେ ୨୫ଟି ଓ ଲେବାନନ ଉପରେ ୩୪ଟି ରକେଟ ମାଡ଼ କରିଛି ଇସ୍ରାଏଲ । ୨୦୦୬ ପରେ ଏହାକୁ ସବୁଠୁ ହମଲା ବୋଲି ଇସ୍ରାଏଲ ଆର୍ମି ପକ୍ଷରୁ କୁହାଯାଇଛି ।

Latest Posts

Don't Miss