spot_img

Latest Posts

ଗାଜାରେ ଇସ୍ରାଏଲର ବିମାନ ଆକ୍ରମଣ: ଭାରତୀୟ ମହିଳାଙ୍କ ସମେତ ୬ ମୃତ

ବ୍ୟୁରୋ ରିପୋର୍ଟ: ଗାଜାରେ ଇସ୍ରାଏଲର ଏୟାର୍ ଷ୍ଟ୍ରାଇକ୍‌ ଘଟଣାରେ ୱାର୍ଲ୍ଡ ସେଣ୍ଟ୍ରାଲ କିଚେନ (ଡବ୍ଲ୍ୟୁସିକେ) ପାଇଁ କାମ କରୁଥିବା ୬ ଜଣ ଆନ୍ତର୍ଜାତୀୟ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଲାଲଜାବମି ଫ୍ରେଙ୍କକମ୍ ନାମକ ଜଣେ ଭାରତୀୟ ମହିଳା ଅଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ  ଆନ୍ଥୋନୀ ଆଲବାନିଜ ଏକ ବିବୃତିରେ ଦେଇ ନିଶ୍ଚିତ କରିଛନ୍ତି ଯେ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୪୩ ବର୍ଷିୟ ଫ୍ରେଙ୍କକମ୍ ସାମିଲ ଅଛନ୍ତି। ଏବଂ ଏହି ଘଟଣାରେ ଇସ୍ରାଏଲ୍ ସରକାର ସମ୍ପୂର୍ଣ୍ଣ ଦାୟିତ୍ୱଗ୍ରହଣ କରନ୍ତୁ ବୋଲି  ଦାବି କରିଛନ୍ତି ଆନ୍ଥୋନୀ।

ୱାର୍ଲ୍ଡ ସେଣ୍ଟ୍ରାଲ କିଚେନର ମୁଖ୍ୟ କାର୍ଯ୍ୟନିର୍ବାହୀ ଏରିନ ଗୋରେ କହିଛନ୍ତି, ଏହା କେବଳ ଡବ୍ଲୁସିକେ ବିରୋଧରେ ଆକ୍ରମଣ ନୁହେଁ, ଏହା ମାନବିକ ସଂଗଠନଗୁଡ଼ିକ ଉପରେ ଆକ୍ରମଣ, ଯେଉଁଠାରେ ଖାଦ୍ୟକୁ ଯୁଦ୍ଧର ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ଏହା କ୍ଷମାଯୋଗ୍ୟ ନୁହେଁ। ଇସ୍ରାଏଲ ସରକାର ଏହି ଆଖିବୁଜା ହତ୍ୟାକୁ ରୋକିବା ଦରକାର। ମାନବିକ ସହାୟତା ଉପରେ ପ୍ରତିବନ୍ଧକ ଲଗାଇବା, ସାଧାରଣ ନାଗରିକ ଓ ସହାୟତା କର୍ମୀଙ୍କୁ ହତ୍ୟା କରିବା ଏବଂ ଖାଦ୍ୟକୁ ଅସ୍ତ୍ର ଭାବେ ବ୍ୟବହାର କରିବା ବନ୍ଦ କରିବାର ଆବଶ୍ୟକତା ରହିଛି ବୋଲି ସେ ସୋସିଆଲ ମିଡିଆରେ କହିଛନ୍ତି।

Latest Posts

Don't Miss