ନୁପୂର ପାଇଁ ଲାଗିଛି ନାଟ, ଇସଲାମିକ୍ ଦେଶରେ ବ୍ୟାନ୍ ଭାରତୀୟ ସାମଗ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ: ଏଣିକି ଆରବ ବଜାରରେ ମିଳିବନି ଭାରତୀୟ ସାମଗ୍ରୀ । କାହିଁକି ନା ଭାରତୀୟ ସାମଗ୍ରୀକୁ ନେଇ ଆରବ ବଜାର ଏବେ କଠୋର ପଦକ୍ଷେପ ନେଇଛି ।  ପ୍ରପେଟ ମହମ୍ମଦଙ୍କୁ ନେଇ ଭାରତରେ ଉଠିଥିବା ଝଡ ଏବେ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛି  ।  କୁଏତ, ସାଉଦି ଆରବ, କ୍ବାତାର ଭଳି ବିଭିନ୍ନ ଆରବ ଦେଶ ଗୁଡିକରେ ଚାଉଳ ବସ୍ତା, ଲଙ୍କା ଓ ମସଲା ଜାତୀୟ ଦ୍ରବ୍ୟର ପ୍ୟାକେଟରେ ଭାରତୀୟ ସାମଗ୍ରୀ ବର୍ଜନ ଆଦି ଲେଖାଯାଇଥିବା ଦେଖିବାକୁ ମିଳିଛି  । ସେହିପରି ଏକ କୋପରେଟିଭ ସୋସାଇଟି ଭାରତୀୟ ଚା ପ୍ୟାକେଟରେ ଇସଲାମୋଫୋବିକ ଲେଖି ପ୍ରତିବାଦ ଜଣାଇଛି  ।

କେବଳ ଏତିକି ନୁହେଁ କୁଏତରେ ଥିବା ଏକ ସୁପରମାର୍କେଟ ଭାରତୀୟ ସାମଗ୍ରୀ ଖାଲି କରିଦେଇଥିବାବେଳେ ଇରାନ ଭାରତୀୟ ଦୂତାବାସକୁ ସମନ ଜାରି କରିଛି  । ସୁପର ମାର୍କେଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ କହିବା ଅନୁସାରେ, କୁଏତ ଏକ ଇସାଲାମିକ ଦେଶ । ତେଣୁ ସେମାନେ ପ୍ରଫେଟ୍ ମହମ୍ମଦଙ୍କ ଅପମାନକୁ ଆଦୌ ଗ୍ରହଣ କରିପାରିବେ ନାହିଁ । ଏଥିପାଇଁ ସେମାନେ ଭାରତୀୟ ସାମଗ୍ରୀକୁ ସୁପର୍ ମାର୍କେଟରୁ ହଟାଇବା ସହ ଯାହା ରହିଛି ତାହାକୁ ବିକ୍ରୟ କରାଯାଇ ପାରିବ ନାହିଁ ।

ଏ ବିବାଦ ଆରମ୍ଭ ହୋଇଛି ଭାରତରୁ  । ଭାରତୀୟ ଜନତା ପାର୍ଟିର ମୁଖପାତ୍ର ନୂପୁର ଶର୍ମାଙ୍କ ଏକ ମନ୍ତବ୍ୟ ଅନ୍ତ୍ରଜାତୀୟ ସ୍ତରରେ ବିବାଦ ଛିଡ଼ା କରିଛି  । ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାଉଦି ଆରବ, କତାର ସହ ଅନ୍ୟ ଇସାଲିମକ୍ ଦେଶରେ ଦେଖା ଦେଇଛି ପ୍ରବଳ ବିରୋଧ । ବିଶେଷକରି ଇଜିପ୍ଟର ଅଲ୍-ଆଝାର ବିଶ୍ୱବିଦ୍ୟାଳୟରେ ବିଜେପି ନେତ୍ରୀଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରାଯାଇଛି । ଭାରତ ସରକାର ମଧ୍ୟ ନୁପୁରଙ୍କ ମନ୍ତବ୍ୟକୁ ଅନୁଚିତ୍ ବୋଲି ଦର୍ଶାଇଛନ୍ତି  । ସେପଟେ ବିଜେପି ମଧ୍ୟ ନୁପୂରଙ୍କ ହାତ ଛାଡି ଦେଇଛି  । ଅର୍ଥାତ ଦଳ ତାଙ୍କୁ  ସସପେଣ୍ଡ କରିଛି ।