ନୁପୂର ପାଇଁ ଲାଗିଛି ନାଟ, ଇସଲାମିକ୍ ଦେଶରେ ବ୍ୟାନ୍ ଭାରତୀୟ ସାମଗ୍ରୀ
1 min readନନ୍ଦିଘୋଷ ବ୍ୟୁରୋ: ଏଣିକି ଆରବ ବଜାରରେ ମିଳିବନି ଭାରତୀୟ ସାମଗ୍ରୀ । କାହିଁକି ନା ଭାରତୀୟ ସାମଗ୍ରୀକୁ ନେଇ ଆରବ ବଜାର ଏବେ କଠୋର ପଦକ୍ଷେପ ନେଇଛି । ପ୍ରପେଟ ମହମ୍ମଦଙ୍କୁ ନେଇ ଭାରତରେ ଉଠିଥିବା ଝଡ ଏବେ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛି । କୁଏତ, ସାଉଦି ଆରବ, କ୍ବାତାର ଭଳି ବିଭିନ୍ନ ଆରବ ଦେଶ ଗୁଡିକରେ ଚାଉଳ ବସ୍ତା, ଲଙ୍କା ଓ ମସଲା ଜାତୀୟ ଦ୍ରବ୍ୟର ପ୍ୟାକେଟରେ ଭାରତୀୟ ସାମଗ୍ରୀ ବର୍ଜନ ଆଦି ଲେଖାଯାଇଥିବା ଦେଖିବାକୁ ମିଳିଛି । ସେହିପରି ଏକ କୋପରେଟିଭ ସୋସାଇଟି ଭାରତୀୟ ଚା ପ୍ୟାକେଟରେ ଇସଲାମୋଫୋବିକ ଲେଖି ପ୍ରତିବାଦ ଜଣାଇଛି ।
କେବଳ ଏତିକି ନୁହେଁ କୁଏତରେ ଥିବା ଏକ ସୁପରମାର୍କେଟ ଭାରତୀୟ ସାମଗ୍ରୀ ଖାଲି କରିଦେଇଥିବାବେଳେ ଇରାନ ଭାରତୀୟ ଦୂତାବାସକୁ ସମନ ଜାରି କରିଛି । ସୁପର ମାର୍କେଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ କହିବା ଅନୁସାରେ, କୁଏତ ଏକ ଇସାଲାମିକ ଦେଶ । ତେଣୁ ସେମାନେ ପ୍ରଫେଟ୍ ମହମ୍ମଦଙ୍କ ଅପମାନକୁ ଆଦୌ ଗ୍ରହଣ କରିପାରିବେ ନାହିଁ । ଏଥିପାଇଁ ସେମାନେ ଭାରତୀୟ ସାମଗ୍ରୀକୁ ସୁପର୍ ମାର୍କେଟରୁ ହଟାଇବା ସହ ଯାହା ରହିଛି ତାହାକୁ ବିକ୍ରୟ କରାଯାଇ ପାରିବ ନାହିଁ ।
ଏ ବିବାଦ ଆରମ୍ଭ ହୋଇଛି ଭାରତରୁ । ଭାରତୀୟ ଜନତା ପାର୍ଟିର ମୁଖପାତ୍ର ନୂପୁର ଶର୍ମାଙ୍କ ଏକ ମନ୍ତବ୍ୟ ଅନ୍ତ୍ରଜାତୀୟ ସ୍ତରରେ ବିବାଦ ଛିଡ଼ା କରିଛି । ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାଉଦି ଆରବ, କତାର ସହ ଅନ୍ୟ ଇସାଲିମକ୍ ଦେଶରେ ଦେଖା ଦେଇଛି ପ୍ରବଳ ବିରୋଧ । ବିଶେଷକରି ଇଜିପ୍ଟର ଅଲ୍-ଆଝାର ବିଶ୍ୱବିଦ୍ୟାଳୟରେ ବିଜେପି ନେତ୍ରୀଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରାଯାଇଛି । ଭାରତ ସରକାର ମଧ୍ୟ ନୁପୁରଙ୍କ ମନ୍ତବ୍ୟକୁ ଅନୁଚିତ୍ ବୋଲି ଦର୍ଶାଇଛନ୍ତି । ସେପଟେ ବିଜେପି ମଧ୍ୟ ନୁପୂରଙ୍କ ହାତ ଛାଡି ଦେଇଛି । ଅର୍ଥାତ ଦଳ ତାଙ୍କୁ ସସପେଣ୍ଡ କରିଛି ।