ଅଦିନିଆ ରଥଯାତ୍ରା ଜିଦରେ ଅଟଳ ଇସ୍କନ, ନଭେମ୍ବର ୯ରେ ହଷ୍ଟନରେ କରିବ ରଥଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଇସ୍କନର ମନମାନି । ଗଜପତି ମହାରାଜଙ୍କ ଅନୁରୋଧ ପରେ ମଧ୍ୟ ଆସନ୍ତା ନଭେମ୍ବର ୯ ତାରିଖରେ ଆମେରିକାର ହଷ୍ଟନରେ ରଥଯାତ୍ରାର ଆୟୋଜନ କରୁଛି ଇସ୍କନ । ଯଦିଓ ଇସ୍କନ ପକ୍ଷରୁ ସ୍ନାନଯାତ୍ରାକୁ ବନ୍ଦ କରାଯାଇଛି, ରଥଯାତ୍ରାକୁ କିନ୍ତୁ ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ଆୟୋଜନ କରାଯାଉଛି । ଇସ୍କନର ଏଭଳି ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ସେଠାରେ ରହୁଥିବା ଓଡିଆ ଓ ଭାରତୀୟମାନେ । ସେମାନେ ମଧ୍ୟ ଇସ୍କନ ସୋସାଇଟିକୁ ଏଭଳି ସଂସ୍କୃତି ବିରୋଧୀ କାର୍ଯ୍ୟ ନକରିବାକୁ ଅପିଲ କରିଛନ୍ତି ।  ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ସେମାନେ। ବିଦେଶରେ ଇସ୍କନ ପକ୍ଷରୁ ଆୟୋଜିତ ହେଉଥିବା ରଥଯାତ୍ରାକୁ ନେଇ ଇସ୍କନ ସୋସାଇଟି ସହ ଗଜପତି ମହାରାଜଙ୍କ ବୈଠକ ହୋଇଥିଲା । ଅଦିନିଆ ରଥଯାତ୍ରା ନ କରିବାକୁ ଇସ୍କନ ପ୍ରତିଶୃତି ଦେଇଥିଲା। ଏହାକୁ ଉଲ୍ଲଂଘନ କରି ପୁଣି ଥରେ ବିଦେଶରେ ଅଦିନିଆ ରଥଯାତ୍ରା କରାଯାଉଛି।