ଢାକାର ଇସ୍କନ ମନ୍ଦିରରେ ଭଙ୍ଗାରୁଜା, ମୂଲ୍ୟବାନ ସାମଗ୍ରୀ ଲୁଟ୍ ଅଭିଯୋଗ

1 min read

ଢାକା: ବାଲାଂଦେଶର ଏକ ହିନ୍ଦୁ ମନ୍ଦିର ଉପରେ କେହି ଦୁବୁର୍ତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଢାକା ସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଥିଲ। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବେଳେ ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟି ନେଇଛନ୍ତି ।

ସୂଚନା ଅନୁଯାୟୀ, ଢାକାର ବାରୀରେ ୨୨୨ ଲାଲ ମୋହନ ସାହା ଷ୍ଟ୍ରିଟ୍ ସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ  ଗତକାଲି ସନ୍ଧ୍ୟା ସମୟରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣର ନେତୃତ୍ୱ ହାଜି ସେଫୁଲ୍ଲାହ ନେଇଥିଲା ବେଳେ ଏହି ଭିଡ଼ରେ ୨୦୦ରୁ ଅଧିକ ଲୋକ ସାମିଲ ଥିଲେ ।

ତେବେ ବାଲାଂଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ଗତ ବର୍ଷ ନବରାତ୍ରୀ ସମୟରେ ଦୁର୍ଗା ପୂଜା ପେଣ୍ଡାଲ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଖାଲି ଏତିକି ନୁହେଁ ହିନ୍ଦୁ ଲୋକଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା । ଏପରିକି ଢାକା ସ୍ଥିତ ଇସ୍କନ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ସେହିପରି ଗତବର୍ଷ ଅକ୍ଟୋବର ମାସରେ ବାଂଲାଦେଶର ଚାନ୍ଦିପରୁ ସ୍ଥିତ ହାଜିଗଞ୍ଜ ଉପଜିଲାରେ ଦୁର୍ଗା ପୂଜା ସମାରୋହ ବେଳେ ସାମ୍ପ୍ରଦାୟିକ ହିଂସାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା  । ଆଉ ୬୦ରୁ ଅଧିକ ଆହତ ହୋଇଥିଲେ । ଏକ ଫେସବୁକ୍ ପୋଷ୍ଟରେ କୋରାନକୁ ଅପମାନ କରାଯାଇଥିବା ଦର୍ଶାଇ ହିଂସା ହୋଇଥିଲା । ଯାହା ପରେ ଅନେକ ଦୁର୍ଗା ପେଣ୍ଡାଲରେ ଭଙ୍ଗାରୁଜା କରାଯାଇଥିଲା ବୋଲି ସୂଚନା ମିଳିଥିଲା।

ସେ ସମୟରେ ଦୁର୍ଗା ପୂଜା ପେଣ୍ଡାଲରେ ଭଙ୍ଗାରୁଜା ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାର ନିନ୍ଦା କରିଥିଲେ ପ୍ରଧାନମନ୍ତ୍ରୀ ଶେଖ ହାସିନା। ଏହି ଆକ୍ରମଣରେ ସାମିଲ ହୋଇଥିବା ବ୍ୟକ୍ତି ଯେକୗେଣସି ଧର୍ମ କିମ୍ବା ଜାତିର ହୋଇଥିଲେ ବି କଦାପି କ୍ଷମା ଦିଆଯିବନି ବୋଲି ଚେତାବନୀ ଦେଇଥିଲେ।

ଅଧିକ ପଢନ୍ତୁ-  ବାଂଲାଦେଶରେ ଦୁର୍ଗା ପେଣ୍ଡାଲ ଉପରେ ଆକ୍ରମଣ ମାମଲା, ଶେଖ ହାସିନାଙ୍କ ଭାରତକୁ ପରାମର୍ଶ