ISIS ସହ ଜଡ଼ିତ ସନ୍ଦିଗ୍ଧ ଯୁବକ ଗିରଫ, ବଡ଼ ଆକ୍ରମଣର ଯୋଜନା କରୁଥିଲା

1 min read

ଆଜମଗଢ଼: ଅଗଷ୍ଟ ୧୫ ତାରିଖରେ ଦେଶ ୭୫ତମ ସ୍ୱାଧିନତା ଦିବସ ପାଳନ କରିବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ସ୍ୱାଧିନତା ଦିବସ ଅବସରରେ କୌଣସି ଅଘଟଣ ନଘଟୁ ସେଥିପାଇଁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆତଙ୍କବାଦୀମାନେ ଏହି ଦିନକୁ ଅଧିକ ଟାର୍ଗେଟ କରିଥାନ୍ତି ।ଏହାରି ମଧ୍ୟରେ ମଙ୍ଗଳବାର ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛି ।

ଆତଙ୍କବାଦୀ ସଂଗଠନ ISISର ଜଣେ ସନ୍ଦିଗ୍ଧକୁ ଉତ୍ତରପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ (ଏଟିଏସ୍) ଆଜମଗଢ଼ରୁ ଗିରଫ କରିଛି । ତେବେ ଗିରଫ ସନ୍ଦିଗ୍ଧ ଜଣକ ହେଲେ ସବାଉଦ୍ଦୀନ ଆଜମୀ । ଆଇଏସଆଇଏସର ରିକ୍ରୁଟର ସହ ସେ ସମ୍ପର୍କରେ ଥିଲେ । ଗିରଫ ସମୟରେ ତାଠୁ ଆଇଡି ତିଆରି କରିବାର ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ଏବେ ଏଟିଏସ୍ ତାକୁ ପଚରା ଉଚରା କରୁଛି । ମୋବାଇଲ ଯାଞ୍ଚରେ ଜଣାଯାଇଛି, ସେ ଆଇଏସଆଇଏସ ଦ୍ୱାରା ଆତଙ୍କ ଏବଂ ଜିହାଦ ପାଇଁ ମୁସଲିମ ଯୁବକଙ୍କ ବ୍ରେନୱାସ କରିବା ପାଇଁ ଖୋଲାଯାଇଥିବା ଟେଲିଗ୍ରାମ ଗ୍ରୁପ ସହ ଜଡିତ ଥିଲା । ତେବେ ଅଭିଯୁକ୍ତ ସବାଉଦ୍ଦୀନ ଅସାଦୁଦ୍ଦୀନ ଓୱେସୀଙ୍କ ଏଆଇଏମଆଇଏମ ଦଳର ସଦସ୍ୟ ଥିବା ସୂଚନା ।