ସିରିୟାରେ ଆମେରିକା ସେନାର ଆକ୍ରମଣ; ISIS ମୁଖ୍ୟ ବାଗଦାଦି ନିହତ

1 min read

ଆତଙ୍କୀ ସଙ୍ଗଠନ ISISର ମୁଖ୍ୟ ଅବୁ ବକର ଅଲ୍ ବାଗଦାଦି ନିହତ । ସିରିୟାରେ ଆମେରିକା ସେନାର ଏକ ସିକ୍ରେଟ୍ ମିଶନରେ ବାଗଦାଦି ପ୍ରାଣ ହରାଇଥିବା ସୂଚନା ମିଳିଛି  । ତେବେ ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବଶୀଘ୍ର ଘୋଷଣା କରିପାରନ୍ତି ।

ଆମେରିକା ISIS ଆତଙ୍କୀ ସଙ୍ଗଠନର ମୁଖ୍ୟ ଅବୁ ବକର ଅଲ ବାଗଦାଦି ବିରୋଧରେ ବଡ଼ ଅପରେସନ କରିଛି। ସିରିୟାରେ ଆମେରିକା ସେନା ISIS ଆତଙ୍କବାଦୀଙ୍କ ବିରୋଧରେ ଚଳାଇଥିଲା ଏକ ସିକ୍ରେଟ ମିଶନ ।

ଅନୁମାନ କରାଯାଉଛି ଏହି ଅପରେସନରେ ଆତଙ୍କୀ ନେତା ନିହତ ହୋଇଛି ।  ଏହି ଖବର ଆସିବା ପରେ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଟୁଇଟ୍ କରିଥିଲେ । କିଛି ବଡ ହେବ ବୋଲି ସେ ଟ୍ୱିଟ୍ ମାଧ୍ୟମରେ ଜଣାଇଥିଲେ । ତେବେ ସେ ଏନେଇ ବିସ୍ତାର ରୂପରେ କିଛି କହି ନଥିଲେ।  ଟ୍ରମ୍ପଙ୍କ ଏହି ଟୁଇଟ୍ ବାଗଦାଦି ନିହତ ଦିଗକୁ ସୂଚାଉଛି ବୋଲି ଚର୍ଚ୍ଚା ହେଉଛି । ')}

Leave a Reply