ଅଯୋଧ୍ୟା ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ISI ଦ୍ବାରା ତାଲିମପ୍ରାପ୍ତ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରେ ଉପରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚାଯାଇଥିବା ନେଇ ପର୍ଦ୍ଦାଫାସ ହୋଇଛି । ଗୁଜରାଟ ଏଟିଏସ ଓ ଫରିଦାବାଦ ଏସଟିଏଫ ପକ୍ଷରୁ ମିଳିତ ଅପରେସନରେ ଆତଙ୍କବାଦୀ ଅବଦୁଲ ରହମାନକୁ ଗିରଫ କରାଯାଇଛି । ଅବଦୁଲ ଆଇଏସଆଇର ଆଇଏସେକପି ମଡ୍ୟୁଲ ସହ ଜଡ଼ିତ ଥିଲା । ରାମ ମନ୍ଦିର ଉପରେ ଆକ୍ରମଣ ପାଇଁ ସେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲା । ତା ପାଖକରୁ ଦୁଇଟି ହ୍ୟାଣ୍ଡ ଗ୍ରେନେଡ ମିଳିଥିବା ବେଳେ ସେଥିରେ କୌଣସି ଦେଶ କି କମ୍ପାନୀର ମାର୍କ ନଥିଲା । ସ୍ମଗଲିଂ ନେଇ ଆଶଙ୍କା କରାଯାଇଛି ।
ଗିରଫ ହୋଇଥିବା ଅଭିଯୁକ୍ତ ଅବଦୁଲ ରହମାନ (୧୯) ବୋଲି ଚିହ୍ନଟ ହୋଇଛି । ଅବଦୁଲ ଆତଙ୍କୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଜଣାପଡ଼ିଛି । ତା ପାଖରୁ ଦୁଇଟି ହ୍ୟାଣ୍ଡ ଗ୍ରେନେଟ ଜବତ କରାଯାଇଥିଲା, ଯାହାକୁ କି ସୁରକ୍ଷା ଏଜେନ୍ସି ତୁରନ୍ତ ନିଷ୍କ୍ରିୟ କରିଦେଇଥିଲେ । ପୋଲିସ ମୁତାବକ, ଗିରଫ ହୋଇଥିବା ସନ୍ଦିଗ୍ଧ ଅବଦୁଲ ପାକିସ୍ତାନର ଗୁଇନ୍ଦାସଂସ୍ଥା ଆଇଏସଆଇର ସମ୍ପର୍କରେ ରହିଥିଲା । ଅଯୋଧ୍ୟା ରାମ ମନ୍ଦିର ଉପରେ ଆତଙ୍କୀ ଆକ୍ରମଣ ପାଇଁ ତାକୁ ପ୍ରସ୍ତୁତ କରାଯାଇଥିଲା ।