spot_img

Latest Posts

ISIର ସ୍ଲିପରସେଲ ଭାବେ କାମ କରୁଛି ନୂଆଦିଲ୍ଲୀସ୍ଥିତ ପାକ୍ ହାଇକମିଶନର କାର୍ଯ୍ୟାଳୟ!

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକ୍ ହାଇକମିଶନର କାର୍ଯ୍ୟକଳାପକୁ ନେଇ ସସପେନ୍ସ। ବାରମ୍ବାର କେତେକ ଘଟଣା ହାଇକମିଶନ କାର୍ଯ୍ୟାୟଳୟକୁ ସନ୍ଦେହ ବଳୟକୁ ନେଇଯାଉଛି। ଏପରିକି ଆଇଏସଆଇର ସ୍ଲିପରସେଲ ଭାବେ ହାଇକମିଶନ କାର୍ଯ୍ୟ କରୁଛି ବୋଲି ଅଭିଯୋଗ ହେଉଛି। ଜ୍ୟୋତି ମାଲହୋତ୍ରା ଓ ଦାନିସଙ୍କ ସହ ସମ୍ପର୍କର ପର୍ଦ୍ଦାଫାସ୍ ହେବା ପରେ ଏହି ଆଶଙ୍କା ଘନୀଭୂତ ହେଉଛି। ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଆଦି ଅଞ୍ଚଳରୁ ସାମାଜିକ-ଅର୍ଥନୈତିକ ଅସମାନତାର ଶିକାର ବ୍ୟକ୍ତି ବିଶେଷଙ୍କୁ ରିକ୍ରୁଟ କରିବା ଲାଗି ପାକ୍ କର୍ମକର୍ତ୍ତାମାନଙ୍କୁ ଆଇଏସଆଇ କହୁଥିବା କୁହାଯାଉଛି। ଏକ୍ଷେତ୍ରରେ କୂଟନୈତିକ ମୁଖା ପିନ୍ଧା କର୍ମଚାରୀମାନେ ନିୟୋଜିତ ହୋଇଥାନ୍ତି। ଦୂତାବାସଗୁଡିକରେ ଆଇଏସଆଇ କର୍ମକର୍ତ୍ତାମାନେ ଭିସା ଅଧିକାରୀ ଭାବେ କାମ କରିଥାନ୍ତି। ଆଇଏଲଆଇ ଅଧିକାରୀମାନେ ବେଳେବେଳେ ନିଜକୁ ସ୍ବାମୀ-ସ୍ତ୍ରୀ ଭାବେ ପରିଚୟ ଦେଇଥାନ୍ତି। ହାଇକମିଶନର ପୂର୍ବତନ କର୍ମକର୍ତ୍ତା ଏହସାନ ଉର ରହିମ ଓରଫ ଦାନିସ ଓ ମୁଜାମିଲ ଯେପରି ଭାବେ ଭାରତୀୟ ୟୁଟ୍ୟୁବର ଓ ଇନଫ୍ଲୁଏନ୍ସରମାନଙ୍କୁ ଯୋଗାଡ଼ କରୁଥିଲେ ତାହା ଏହି ସବୁ ଅଭିଯୋଗକୁ ପ୍ରମାଣିତ କରୁଛି। ହରିୟାଣା ମେବାତର ମହମ୍ମଦ ଟାରିଫଙ୍କୁ ଭିସା ଦେବା ଲାଗି ପ୍ରଲୋଭିତ କରାଯାଇଥିଲା। ପରେ ତାଙ୍କୁ ସାମରିକ ପ୍ରତିଷ୍ଠାନର ଫଟୋଗ୍ରାଫି ଲାଗି ପ୍ରବର୍ତ୍ତାଯାଇଥିଲା। ହାଇକମିଶନର ପୂର୍ବତନ ଅଧିକାରୀ ଅସିଫ ବାଲୁଚ ଏହି ୟୁଟ୍ୟୁବର ଟାରିଫକୁ ପ୍ରଥମେ ଯୋଗାଡ କରିବା ପରେ ପାକିସ୍ତାନ ପଠାଇଥିଲା। ଭିସା ଆବେଦନ କରୁଥିବା ଜାମୁ ଓ କାଶ୍ମୀରର ବିଭିନ୍ନ ସ୍ପର୍ଶକାତର ସ୍ଥାନରେ ଥିବା ବ୍ୟକ୍ତିବିଶେଷ ଓ ସାମରିକ ବିଭାଗରେ ଥିବା ପରିବାରଗୁଡ଼ିକୁ ଟାର୍ଗେଟ କରାଯାଉଥିଲା। ଉତ୍ତରପ୍ରଦେଶର ଶାମଲି ଓ ରାମପୁର ଜିଲ୍ଲାର ନୌମନି ଇଲାହିକୁ ଏଥିରେ ନିୟୋଜିତ କରାଯାଇଥିଲା। ସେ ଜଣେ ସିକ୍ୟୁରିଟି ଗାର୍ଡ ଥିଲା। ସେହିପରି ଶେହଜାଦ ୱାହଦ ଥିଲା ଜଣେ ସ୍ମଗଲର। ସେମାନଙ୍କୁ ଆର୍ଥିକ ସହାୟତା ଦିଆଯାଇଥିବା ଜଣାପଡିଛି। ବାବ୍ରିମସଜିଦ ଭଙ୍ଗା ଘଟଣା ତଥା ସିଏଏ ଓ ଏନଆରସି ବିରୋଧୀ ଆଭିମୁଖ୍ୟ ଅନୁସାରେ ଅନସରଉଲ ମିୟା ଅନସାରୀକୁ ରିକ୍ରୁଟ କରାଯାଇ ପାକିସ୍ତାନ ପଠାଯାଇଥିବା ସୂଚନା ମିଳିଛି ।

Latest Posts

Don't Miss