କନଷ୍ଟେବଳଙ୍କ ଝିଅ ହେବେ କଲେକ୍ଟର

1 min read

ନୂଆଦିଲ୍ଲୀ: UPSC ପରୀକ୍ଷାରେ ପାସ କରି ଆଇଏଏସ ହେବ ସମସ୍ତ ପରୀକ୍ଷାର୍ଥୀଙ୍କ ସ୍ୱପ୍ନ ହୋଇଥାଏ । ଏହି ସ୍ୱପ୍ନକୁ ସାକାର କରିଛନ୍ତି ଦିଲ୍ଲୀ ପୋଲିସରେ କାର୍ଯ୍ୟ କରୁଥିବା ଏଏସଆଇ ମୀନାକ୍ଷୀ ରାଠୀ ଓ ହେଡ କନଷ୍ଟେବଳ ଆଇଏସ ରାଠୀଙ୍କ ଝିଅ  ଇଶିତା ।

ଇଶିତା ରାଠୀ ଏହି ସଫଳତାକୁ ତୃତୀୟ ପ୍ରୟାସରେ ହାସଲ କରିଛନ୍ତି । ଯାହା ପରେ ତାଙ୍କ ପିତା ମାତା ବହୁତ ଖୁସି ଅଛନ୍ତି । ଇଶିତା DAV ପବ୍ଲିକ ସ୍କୁଲରୁ ତାଙ୍କର ପାଠପଢ଼ା ସମାପ୍ତ କରିଥିଲେ ।DAV ପବ୍ଲିକ୍ ସ୍କୁଲରେ ପ୍ରାରମ୍ଭିକ ଅଧ୍ୟୟନ କରିବା ପରେ ଇଶିତା ଲେଡି ଶ୍ରୀରାମ କଲେଜରେ ଅର୍ଥନୀତି ଅନର୍ସରେ ଅଧ୍ୟୟନ କରିଥିଲେ । ଏହା ପରେ ଇକୋନୋମିକ୍ସରେ ମାଦ୍ରାସ ସ୍କୁଲ ଅଫ୍ ଇକୋନୋମିକ୍ସରେ ଏମଏ କରିଥିଲେ ।

ତେବେ ଇଶିତା UPSC ପରୀକ୍ଷାରେ ଉତ୍ତର୍ଣ୍ଣ ହେବା ପରେ କହିଥିଲେ ଯେ ଏହା ହେଉଛି ତାଙ୍କର ତୃତୀୟ ପ୍ରୟାସ । ଯେତେବେଳେ ଫଳାଫଳ ଆସିଲା ସେତେବେଳେ ସେ ବିଶ୍ୱାସ କରିପାରିଲେ ନାହିଁ ଯେ ସେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି । ଇଶିତା ତାଙ୍କ ସଫଳତାର ଶ୍ରେୟ ତାଙ୍କ ବାପା ମାଆ ଏବଂ ତାଙ୍କ ସାଙ୍ଗଙ୍କୁ ଦେଇଥିଲେ । ସେ କହିଥିଲେ କି ମୋ ପରିବାର ଲୋକ ମୋ ଉପରେ ବହୁତ ଭରସା କରିଥିଲେ ।

ଇଶିତା ଆହୁରି କହିଥିଲେ କି ଏହି ପରୀକ୍ଷା ଅତ୍ୟନ୍ତ କଷ୍ଟସାଧ୍ୟ, ତେଣୁ ଏହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ । ନିଜ ଉପରେ ଆତ୍ମବିଶ୍ୱାସ ରଖି ପରୀକ୍ଷା ଦେବା ଉଚିତ୍ । ଯାହା ଫଳରେ ଚୟନ ହେବାର ସମ୍ଭାବନା ବୃଦ୍ଧି ପାଇବ । ଚଳିତ ବର୍ଷ ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ତିନି ଜଣ ଝିଅ ଅଛନ୍ତି, ଏହାକୁ ସେ କିପରି ଦେଖନ୍ତି ବୋଲି ଇଶିତାଙ୍କୁ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ କି ଏହା ଗର୍ବର କଥା ଯେ UPSCରେ ଝିଅମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଏହା ଏକ ସକାରାତ୍ମକ ପରିବର୍ତ୍ତନ ବୋଲି ଇଶିତା କହିଥିଲେ ।