ତୃତୀୟ ଟି-୨୦ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ଆହତ କାରଣରୁ ବାଦ୍ ପଡ଼ିଲେ ଇଶାନ କିଶାନ

1 min read

ଧର୍ମଶାଳା: ରବିବାର ଧର୍ମଶାଳାରେ ଖେଳାଯିବ ଭାରତ-ଶ୍ରୀଲଙ୍କା ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ । ଶେଷ ଟି-୨୦ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆହାତ କାରଣରୁ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ତୃତୀୟ ଟି-୨୦ରୁ ଦଳରୁ ବାଦ ପଡ଼ିଛନ୍ତି । ଶନିବାର ଧର୍ମଶାଳାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ବ୍ୟାଟିଂ କରୁଥିବା ସମୟରେ ଇଶାନ କିଶାନଙ୍କ ମୁଣ୍ଡରେ ବଲ ବାଜିଥିଲା । ମୁଣ୍ଡର ବଲ ବାଜିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଇଶାନ । ଯଦିଓ ଇଶାନ ଏବେ ହସ୍ପିଟାଲରୁ ବାହାରି ସାରିଛନ୍ତି, କିନ୍ତୁ ତୃତୀୟ ଟି-୨୦ରୁ ଭାରତୀୟ ଦଳରୁ ବାଦ୍ ପଡ଼ିଛନ୍ତି ।

ସୂଚନା ଅନୁସାରେ ଶ୍ରୀଲଙ୍କା ଭାରତ ବିପକ୍ଷରେ ତିନୋଟି ଟି-୨୦ ଓ ଦୁଇଟି ଟେଷ୍ଟ ଖେଳିବା ପାଇଁ ଭାରତ ଆସିଛି । ତେବେ ତିନୋଟି ଟି-୨୦ରୁ ଖେଳାଯାଇଥିବା ଦୁଇଟି ଟି-୨୦ ମ୍ୟାଚରେ ବିଜୟ ଲାଭ କରି ସାରିଛି ଟିମ୍ ଇଣ୍ଡିଆ । ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଭାରତ ୭ ଓ୍ୱିକେଟରେ ବିଜୟ ଲାଭ କରି ସିରିଜକୁ ୨-୦ରେ ବିଜୟ ଲାଭ କରିଥିଲା । ତେବେ ଆଜି ଧର୍ମଶାଳାରେ ଖେଳାଯିବାକୁ ତୃତୀୟ ମ୍ୟାଚରେ ବିଜୟ ଲାଭ କରି ଏହି ସିରିଜକୁ କ୍ଲିନ୍ ସୁଇପ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ଆଜିର ମ୍ୟାଚରେ ବିଜୟ ଲାଭ କରି ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଶ୍ରୀଲଙ୍କା ।

Leave a Reply