spot_img

Latest Posts

କରୋନା ସଙ୍କଟ…ଲକଡାଉନ୍ ସମୟରେ ପୋଲିସଙ୍କୁ ଟାର୍ଗେଟ କରିପାରନ୍ତି ଆଇଏସ୍ ଆତଙ୍କବାଦୀ

ନୂଆଦିଲ୍ଲୀ: କରୋନା ଲକଡାଉନ୍ ସମୟରେ ଆଇଏସ୍ ଆତଙ୍କବାଦୀମାନେ ପୋଲିସକୁ ଟାର୍ଗେଟ କରିପାରନ୍ତି। ଦିଲ୍ଲୀ ଡିସିପି (ସ୍ପେଶାଲ୍ ସେଲ୍) ସଞ୍ଜୀବ କୁମାର ଯାଦବ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଖୁବ ଶୀଘ୍ର ସହରରେ ଥିବା ପୋଲିସ କର୍ମଚାରୀଙ୍କୁ ଏହି ବିଷୟରେ ଅବଗତ କରାଯିବ। କରୋନା ପାଇଁ ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସଙ୍କୁ ମୁତୟନ କରାଯାଇଛି।

୨୧ ଦିନିଆ ଲକଡାଉନ୍ ଘୋଷଣା ହେବା ପରେ ଦିଲ୍ଲୀର ସୁରକ୍ଷା ବଢା ଯାଇଛି। ଅନେକ ସ୍ଥାନରେନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଅଟକ ରଖାଯାଉଛି । ଲକଡାଉନ୍ ସମୟରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସମସ୍ୟା ସମାଧାନ ପାଇଁ ମଧ୍ୟ ପୋଲିସ ଲାଗିପଡିଛି ।

ମାର୍ଚ୍ଚ ୮ ତାରିଖରେ ଇସଲାମିକ୍ ଷ୍ଟେଟ୍ (ଖୁରସାନ ମୋଡୁଲ) ସହିତ ସମ୍ପର୍କ ରଖିଥିବା କାଶ୍ମୀରୀ ଦମ୍ପତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଜାହାନଜେବ ସାମି ଏବଂ ହିନା ବଶିର ବେଗଙ୍କୁ ଜାମିଆ ନଗରରୁ ଗିରଫ କରାଯାଇଥିଲା। ସେମାନେ ଶ୍ରୀନଗରର ବାସିନ୍ଦା ଥିଲେ। ଉଭୟ CAA ବିରୋଧରେ ମୁସଲିମ ଯୁବକଙ୍କୁ ଉସ୍କାଇ ଆତଙ୍କବାଦୀ ଆକ୍ରମଣ ପାଇଁ କରାଇବାକୁ ଚାହୁଁଥିଲେ । ପୋଲିସ ସେମାନଙ୍କଠାରୁ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ଜିହାଦି ଡକ୍ୟୁମେଣ୍ଟ୍ ମଧ୍ୟ ପାଇଥିଲା। ଏହି ଲୋକମାନେ ଆଫଗାନିସ୍ତାନର ଆଇଏସକେପିର ବରିଷ୍ଠ ନେତାଙ୍କ ସହ ଯୋଗାଯୋଗରେ ଥିଲେ ।

ଏପର୍ଯ୍ୟନ୍ତ ଦିଲ୍ଲୀରେ ୧୩୯୯ ଲୋକଙ୍କୁ କ୍ୱାରାନଣ୍ଟାଇନ ରଖାଯାଇଛି। ମଙ୍ଗଳବାର ୨୩ଟି ନୂଆ ମାମଲା ଆସିଛି। ସୋମବାର ମଧ୍ୟ ୨୫ଟି ମାମଲା ଦେଖିବାକୁ ମିଳିଥିଲା। ୧ ରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ନିଜାମୁଦ୍ଦିନ ଅଞ୍ଚଳରେ ଥିବା ଜମାତର ମର୍କଜକୁ ୫ ହଜାରରୁ ଅଧିକ ଲୋକେ ଆସିଥିଲେ। ଏଥିରେ ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲ୍ୟାଣ୍ଡ ଦେଶର ୧୫ ରାଜ୍ୟର ଲୋକେ ସାମିଲ ହୋଇଥିଲେ। ମାର୍ଚ୍ଚ ୨୨ ତାରିଖରେ ଲକଡାଉନ୍ ଘୋଷଣା ପରେ ମଧ୍ୟ ୨ ହଜାର ଲୋକେ ସେଠାରେ ରହିଥିଲେ। ସେଠାରୁ ଫେରିଥିବା ଶତାଧିକ ଲୋକେ ସଂକ୍ରମିତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ପୋଲିସ ଜମାତରେ ସାମିଲ ହୋଇଥିବା ସମସ୍ତ ଲୋକଙ୍କୁ ଟ୍ରାକିଂ କରିବାରେ ବ୍ୟସ୍ତ ଅଛି।

 

Latest Posts

Don't Miss