Raj Kundra Case: ରାଜ୍‌ କୁନ୍ଦ୍ରା ମାମଲାରେ ସାମିଲ ଅଛନ୍ତି ଶିଳ୍ପା? ରାଜ୍‌ ଖୋଲିଲା ପୋଲିସ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ଏବଂ ଜଣାଶୁଣା ବିଜନେସମ୍ୟାନ୍‌ ରାଜ୍‌କୁନ୍ଦ୍ରାଙ୍କ ନାମ ପୋର୍ଣ୍ଣୋଗ୍ରାଫି ମାମଲାରେ ସାମ୍ନାକୁ ଆସିଛି । ୨୩ ଜୁଲାଇ ପର୍ଯ୍ୟନ୍ତ ତାଙ୍କୁ ପୋଲିସ୍‌ହେପାଜତରେ ନିଆଯାଇଛି । ସୂଚନା ଅନୁସାରେ ଏହି ମାମଲା ପ୍ରଥମେ ଫେବୃୟାରୀ ୨୦୨୧ରେ ସାମ୍ନାକୁ ଆସିଥିଲା । କିଛି ମାସର ବ୍ୟବଧାନ ଏବଂ ପ୍ରମାଣ ଏକାଠି କରିବା ପରେ ରାଜ୍‌କୁନ୍ଦ୍ରାଙ୍କୁ ପୋଲିସ୍‌ଗିରଫ କରିଛି ।

ମଙ୍ଗଳବାର ଏହି ମାମଲାରେ ରାଜ୍‌କୁନ୍ଦ୍ରାଙ୍କୁ ମୁମ୍ବାଇର ସେସନ କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ କ୍ରାଇମ ବ୍ରାଞ୍ଚ୍‌ର ଦାବିକୁ ସ୍ୱୀକାର କରି ରାଜ୍‌କୁନ୍ଦ୍ରାଙ୍କୁ ପୋଲିସ୍‌ହେପାଜତକୁ ପଠାଇଛନ୍ତି । ତାଙ୍କୁ ମୁମ୍ବାଇର ଭାୟଖାଲ ଜେଲକୁ ସ୍ଥାନାନ୍ତର କରାଯାଇଛି । ଏହି ମାମଲା ସାମ୍ନାକୁ ଆସିବା ପରେ ବାରମ୍ବାର ଏହାର ଆଲୋଚନା ହେଉଛିଯେ, କ’ଣ ଏଥିରେ ଶିଲ୍ପା ସେଟ୍ଟୀ ମଧ୍ୟ ସାମିଲ ଅଛନ୍ତି? ଏହି ପ୍ରଶ୍ନର ଉତ୍ତର ଦେଇ ପୋଲିସ ସମସ୍ତ ରାଜ୍‌ଉପରୁ ପରଦା ଉଠାଇଛି ।

୨୦୨୧ ଫେବୃୟାରୀରୁ ଜୁଲାଇ ମଧ୍ୟରେ ତନତନ କରି ତଦନ୍ତ କରି ପୋଲିସ ପ୍ରମାଣ ଏକାଠି କରୁଥିଲା । ମୁମ୍ବାଇ ପୋଲିସର ଜଏଣ୍ଟ କମଶନର ମିଲିନ୍ଦ ଭରାବେ ପ୍ରେସ୍‌କନଫରେନ୍ସ କରି ପୂରା ମାମଲାର ସୂଚନା ମିଡିଆକୁ ଦେଇଛନ୍ତି । ଜଏଣ୍ଟ ସିପିଙ୍କ କହିବା ହେଉଛି ଏହି ମାମଲାରେ ଶିଳ୍ପା ସମ୍ପୃକ୍ତ ଥିବା ନେଇ କୌଣସି ମଧ୍ୟ ପ୍ରମାଣ ମିଳିନାହିଁ । ଏହାର ତଦନ୍ତ ଜାରି ରହିଛି । ଅନ୍ୟପଟେ ପୀଡ଼ିତା ସାମ୍ନାକୁ ଆସି କ୍ରାଇମ ବ୍ରାଞ୍ଚକୁ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଏହି ମାମଲାରେ ଉମେଶ କାମତ ଭଳି ନିର୍ମାତାଙ୍କୁ ଗିରଫ କରାଯାଇଛି । ତେବେ ରେଡ୍‌ସମୟରେ ମିଳିଥିବା ପ୍ରମାଣକୁ ଆଧାର କରି ରାଜ୍‌ଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଜଏଣ୍ଟ ସିପି ।

Leave a Reply