ବୟସରେ ୧୦ ବର୍ଷ ବଡ଼ ଅଭିନେତାଙ୍କୁ ବିବାହ କଲେ ୫୨ ବର୍ଷିୟ ବଲିଉଡ଼ ଅଭିନେତ୍ରୀ ମହିମା ଚୌଧୁରୀ
ନନ୍ଦିଘୋଷ ବ୍ୟୁରୋ: ଏକତା ନିଜ ଅଭିନୟରେ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ଼ର ଚୁଲବୁଲି ନାୟିକା ମହିମା ଚୌଧୁରୀ ବିବାହ କରିଛନ୍ତି । ଶୁଣିକି ଝଟକା ଲାଗିଥିବ ନିଶ୍ଚିତ । ଦୁଇଟି ପିଲାର ମା’ ୫୨ ବର୍ଷିୟ ମହିମା ପୁଣି ଥରେ ବିବାହ କରିବାକୁ କେହି ସହଜରେ ଗ୍ରହଣ କରିପାରିବେ ନାହିଁ । ଆଉ ବଡ଼ କଥା ହେଲା, ତାଙ୍କଠାରୁ ୧୦ ବର୍ଷ ବଡ଼ ଅଭିନେତାଙ୍କୁ ମହିମା ବିବାହ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି । ଯେଉଁଥିରେ ବଧୂ ବେଶରେ ମହିମା ଚୌଧୁରୀଙ୍କୁ ଅଭିନେତା ସଞ୍ଜୟ ମିଶ୍ରାଙ୍କ ସହ ଦେଖିବାକୁ ମିଳୁଛି । ସଞ୍ଜୟ ମିଶ୍ରା ମଧ୍ୟ ତାଙ୍କ ସହ ଫଟୋ ପୋଜ୍ ଦେଉଛନ୍ତି । ଏହାପରେ ମହିମା ଉପସ୍ଥିତ ପାପରାଜିଙ୍କୁ କହୁଛନ୍ତି ମିଠାଇ ଖାଇକି ଯିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଖବର ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ହେଲେ ଆଶ୍ଚର୍ଯ୍ୟ ହେବାର କିଛଇ ନାହିଁ । କାରଣ ମହିମା ଚୌଧୁରୀ ସତରେ ଦ୍ବିତୀୟ ବିବାହ କରିନାହାନ୍ତି । ଅପକମିଂ ଫିଲ୍ମ ‘ଦୁର୍ଲଭ ପ୍ରସାଦ କି ଦୁସରୀ ସାଦି’ର ପ୍ରମୋସନ ପାଇଁ ମହିମା ବଧୂ ଓ ସଞ୍ଜୟ ବର ବେଶରେ ସଜ୍ଜେଇ ହୋଇଥିଲେ । ଫିଲ୍ମର ଫଟୋସୁଟ ଚାଲିଥିଲା । ହେଲେ ଏମିତି ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ ରିଆକ୍ସନ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମହିମା ଚୌଧୁରୀ ତାଙ୍କ ଅପକମିଂ ଫିଲ୍ମ ‘ଦୁର୍ଲଭ ପ୍ରସାଦ କି ଦୁସରୀ ସାଦି’ର ମୋଶନ ପୋଷ୍ଟର ସେୟାର କରିଥିଲେ । ଏଥିରେ ମହିମା ଏବଂ ସଞ୍ଜୟ ନିଜ ନିଜ ଚରିତ୍ରରେ ଦେଖିବାକୁ ମିଳିଥିଲେ । ଏଥିରେ ମହିମା କ୍ୟାପସନ ଦେଇଥିଲେ, ଜଣେ ଦ୍ବିତୀୟ ବିବାହ ପାଇଁ ଫର୍ମ ଛାପୁଥିବା ଦେଖିବାକୁ ମିଳୁଛି । କନ୍ୟା ମିଳିଯାଇଛି, ଏବେ ପ୍ରସ୍ତୁତ ହୋଇଯାଅ । କାରଣ ଆପଣଙ୍କ ପାଖ ସିନେମା ଘରୁ ଶୀଘ୍ର ବରଯାତ୍ରୀ ବାହାରିବେ ।

